ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ହେଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ମେଗା ରକ୍ତଦାନ ଶିବିର

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ୭୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବାଲେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ଓ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମେଗା ରକ୍ତଦାନ ଶିବିର ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ସହଯୋଗରେ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଏଫ୍ ଏମ କଲେଜ୍ ରୋଡ ବ୍ରାଞ୍ଚ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ କାର୍ଯ୍ୟାଳୟରେ ଆୟୋଜିତ ଶିବିରକୁ ଉପ ମହାପ୍ରବନ୍ଧକ ପ୍ରଶାସନିକ କାର୍ଯ୍ୟାଳୟ ବାଲେଶ୍ୱର ପ୍ରଭାତ କୁମାର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଆଞ୍ଚଳିକ କ୍ଷେତ୍ରୀୟ ପ୍ରବନ୍ଧକ ଯଶବନ୍ତ ଦାଶ, କ୍ଷେତ୍ରୀୟ କାର୍ଯ୍ୟାଳୟ ମାନବ ସମ୍ବଳ ମୁଖ୍ୟ ପ୍ରବନ୍ଧକ ମିନକେତନ ବାରାଲିବଡିଆ, ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ମୁଖ୍ୟ ପ୍ରବନ୍ଧକ(ଅପରେସନ୍‌) ବୁଦ୍ଧିରାମ ପାଣିଗ୍ରାହୀ, ମାନବସମ୍ବଳ ଅଧିକାରୀ ସବ୍ୟସାଚୀ ମହାପାତ୍ର ଓ ବାଲେଶ୍ୱର ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅଧିକାରୀ ସଂଘର କ୍ଷେତ୍ରୀୟ ସମ୍ପାଦକ ରାଜେଶ କୁମାର ବେହେରା, କର୍ମଚାରୀ ସଂଘର ଉପ ସଭାପତି ପରମାନନ୍ଦ ଦେ, କର୍ମଚାରୀ ସଂଘର ଆଞ୍ଚଳିକ ସମ୍ପାଦକ ମାନସ କୁମାର ମହାପାତ୍ର, ଅଧିକାରୀ ସଂଘର ଆଞ୍ଚଳିକ ସମ୍ପାଦକ ମନ୍ମଥ ସାହୁ, ସଭାପତି ମହେଶ୍ୱର ପତି, ମାନବ ସମ୍ବଳର ସହଯୋଗୀ ବିଶ୍ବ ସୁନ୍ଦର ଦାଶ, ଦିଗ୍‌ ବିଜୟ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରୁ ୨୩୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ସେହିପରି ଏଫେମେ କଲେଜ୍ ରୋଡ ବ୍ରାଞ୍ଚରେ ଆୟୋଜିତ ରକ୍ତଦାନ ଶିବିରକୁ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ମୁଖ୍ୟ ପ୍ରବନ୍ଧକ(ଅପରେସନ୍‌) ବୁଦ୍ଧିରାମ ପାଣିଗ୍ରାହୀ ଉଦଘାଟନ କରିଥିଲେ। ଏଫ୍ ଏମ କଲେଜ୍ ରୋଡ ବ୍ରାଞ୍ଚ ଶାଖା ପ୍ରବନ୍ଧକ ଡାନି ଚନ୍ଦ୍ର ମୋଚନ ମଙ୍ଗଳ ଓ ଗୟାଧର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରୁ ୧୦୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ପଦ୍ମଲୋଚନ ନନ୍ଦୀ, ସବ୍ୟସାଚୀ ରାଉତ, ମାନସ ମହାପାତ୍ର, ଜଗନ୍ନାଥ ଦାଶ, ପଦ୍ମଲୋଚନ ନନ୍ଦୀ, ରାଖାଲ ମହାନ୍ତି, ସୋନୁନିଗମ ବେହେରା, ପ୍ରଫୁଲ୍ଲ ପଣ୍ଡା, ଦେବବ୍ରତ ମିଶ୍ର, ସୁଦିପ କୁମାର ରାଉଳ, ଆଶିଷ ରଣା, ରାଜେଶ ଗିରି, ନବକିଶୋର ମଲ୍ଲିକ, ପ୍ରବୀର୍ କୁମାର ଘଡେ଼ଇ, ସରୋଜ କୁମାର ଦାସ, ରାଜେଶ କୁମାର ଶତପଥୀ, ପ୍ରାଚୀ ପଲ୍ଲବୀ, ବିଶ୍ଵ ସୁନ୍ଦର ଦାସ ଓ ସମ୍ବାଦ-ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକଙ୍କ ସହ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ବାଲେଶ୍ୱର ଅଧିନସ୍ଥ ସମସ୍ତ ଶାଖା ପରିଚାଳକ, କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ବ୍ୟାଙ୍କ୍ ପକ୍ଷରୁ ପ୍ରତ୍ୟେକ ରକ୍ତଦାତାଙ୍କୁ ଆକର୍ଷଣୀୟ ଭାଉଚର୍ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.