ସିଆରପିଏଫ୍ ୬୪ ବାଟାଲିୟନ ପକ୍ଷରୁ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

ଓଡିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ନିକଟସ୍ଥ ଅଟାଙ୍ଗଗୁଡା ଠାରେ ସି.ଆର.ପି.ଏଫ୍. ୬୪ ବାଟାଲିୟନ୍ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କମାନଡେଣ୍ଟ ପ୍ରସନ୍ନ କୁମାର ମିଶ୍ର ଓ ଡେପୁଟି କମାନଡେଣ୍ଟ ସଚିତାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ୬୪ ବାଟାଲିୟନର ସମସ୍ତ ଯବାନ ମାନେ ଉପସ୍ଥିତ ଥିଲେ। ଯୋଗ ପ୍ରଶିକ୍ଷକ ଏଏସଆଇ ସଞ୍ଜୟ ଖଣ୍ଡାଲେ ଏବଂ ସହକର୍ମୀଙ୍କ ସହାୟତାରେ ଯୋଗ ଅନୁଷ୍ଠିତ ହୋଇଥିଲା।  ସୂର୍ଯ୍ୟ ନମସ୍କାର ସହ ବିଭିନ୍ନ ଯୋଗ ମୁଦ୍ରା ଆସନ, ପ୍ରାଣାୟମ କରାଯାଇ ଥିଲା।  ଏଥିରେ ୧୮୦ ଜଣ ସି.ଆର.ପି.ଏଫ. ଯବାନ ଯୋଗ ଅଭ୍ୟାସ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ସ୍କୁଲ ଛାତ୍ର ଛାତ୍ରୀ, ଇ-ଦୋସ୍ଥି ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରି ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.