ହିଲ ଟାଉନ ସିଭିଲ ସୋସାଇଟି ପକ୍ଷରୁ ଯୋଗଦିବସ ପାଳିତ

ଓଡିଆ ବାର୍ତ୍ତା/ ଭବାନୀପାଟଣା: ହିଲ୍ ଟାଉନ୍ ସିଭିଲ ସୋସାଇଟି ପକ୍ଷରୁ ଦ୍ଵାଦଶ ପ୍ରତିଷ୍ଠା ଦିବସ ତଥା ଆନ୍ତର୍ଜାତିକ ଯୋଗ ଦିବସ ହିଲ୍ ଟାଉନସ୍ଥିତ ମହାବୀର ହନୁମାନ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି l ସୋସାଇଟିର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଯୋଗ ଗୁରୁ, ସୁଲେଖକ ତଥା ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଯୋଗର ଉପାଦେୟତା ତଥା ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ସୋସାଇଟି ସମ୍ପାଦକ ଜିତେନ୍ଦ୍ର କୁମାର ମୁଣ୍ଡ ସମସ୍ତଙ୍କୁ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଦ୍ଵାଦଶ ପ୍ରତିଷ୍ଠା ଦିବସ ଅବସରରେ ମହାବୀର ହନୁମାନ ମନ୍ଦିରରେ ମାନବ କଲ୍ୟାଣ ନିମନ୍ତେ ୧୨ ଗୋଟି ଦୀପ ପ୍ରଜ୍ଜଳନ କରାଯାଇଥିଲା।ସୋସାଇଟି ଉପଦେଷ୍ଟା ପ୍ରଫେସର ରଜନୀକାନ୍ତ ବେହେରା ଓ ବ୍ରହ୍ମାନନ୍ଦ ସାମଲ, ଉପସଭାପତି ଗଣପତି ନାଏକ, ବରିଷ୍ଠ ସଦସ୍ୟ ଜଗଦୀଶ ଚନ୍ଦ୍ର ମୁଣ୍ଡ ତଥା ମହିଳା ଶାଖା ସଂଯୋଜିକା ସ୍ନେହଲତା ଷଡଙ୍ଗୀ ସୋସାଇଟି ସଫଳତା ତଥା ଆବଶ୍ୟକତା ଉପରେ ମତ ରଖିଥିଲେ । ଯୁଗ୍ମ ସମ୍ପାଦକ ଶ୍ରୀନିବାସ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.