କଲ୍ୟାଣ ସିଂହପୁର ବିଜେଡ଼ି ପକ୍ଷରୁ ଦଳର ସୁପ୍ରିମୋଙ୍କ ଆଶୁ ଆରଗ୍ୟ କାମନା

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣ ସିଂହପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଦଳର ସୁପ୍ରିମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ରବିବାର ସନ୍ଧ୍ୟାରେ ବ୍ଲକ ସଭାପତି ସୁନ୍ଦର ରାଓ ବାଗଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦ୍ୱୀପ ପ୍ରଜ୍ୱଳନ କରିବା ସହ ନବୀନ ପଟ୍ଟନାୟକ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବାକୁ କାମନା କରିଥିଲେ। ଏଥିରେ ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜି ଶ୍ରୀନିବାସ ରାଓ, ବରିଷ୍ଠ ବିଜେଡ଼ି ନେତା ରବୀନ୍ଦ୍ର ପରିଛା,  ବୃନ୍ଦାବନ ପାଢ଼ୀଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.