ଉପାନ୍ତରେ ମନଇଛା ସ୍କୁଲ ଆସୁଛନ୍ତି ଶିକ୍ଷକ

ତିର୍ଲି ଆମରେ ସୋମବାର ସ୍କୁଲ ବନ୍ଦ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଆମପାଣି କ୍ଲଷ୍ଟର ତିର୍ଲି ଆମ ପ୍ରାଥମିକ ବିଦ୍ୟାଳୟ ସୋମବାର ବନ୍ଦ ଥିବା ନେଇ ଛାତ୍ର ଛାତ୍ରୀ ବିଦ୍ୟାଳୟ ଆସି ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ହେଁ କୌଣସି ଶିକ୍ଷକ ଆସିନଥିବାରୁ ଛାତ୍ର ଛାତ୍ରୀ ମାନେ ଘରକୁ ଫେରି ଯାଇଥିବା ଭଲି ଅଭିଯୋଗ ହୋଇଛି l ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ବ୍ୟକ୍ତ କରି ଏଭଳି ଦାୟିତ୍ୱହୀନ ଶିକ୍ଷକଙ୍କ ପ୍ରତି ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି l ଏପଟେ କୋକସରା ବ୍ଲକରେ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ଥିଲେ ମଧ୍ୟ ଏଭଳି ଶିକ୍ଷକ ମାନେ ପ୍ରଶାସନକୁ ଖାତିର କରୁନଥିବା ଭଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏ ଘଟଣା ନୁଆଁ ନୁହେଁ ଏଭଳି ଘଟଣା ଅନେକଥର ଏହି ବିଦ୍ୟାଳୟରେ ଘଟିଥିବା ଅଭିଯୋଗ ହୋଇଛି କିନ୍ତୁ ବିଭାଗ କୌଣସି ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନନେବା ସାଧାରଣରେ ସନ୍ଦେହ ଜାତ ହେଉଛି l କେବଳ ଯେ, ତିର୍ଲି ଆମ ନୁହଁ କୋକସରା ବ୍ଲକର ପ୍ରାୟ ଉପାନ୍ତ ଅଞ୍ଚଳରେ ସପ୍ତାହରେ ଦିନେ ଅଧେ ବିଦ୍ୟାଳୟ ବନ୍ଦ ରହିବା ଭଲି ଅଭିଯୋଗ ଅନେକ ଥର ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରୁଥିବା ନଜିର ରହିଛି l ଏପଟେ ତିର୍ଲି ଆମ ବିଦ୍ୟାଳୟ ବନ୍ଦ ରହିବା ଖବର ଦିନ ୧୨ ଟା ପର୍ଯ୍ୟନ୍ତ ସିଆରସିସି କେଦାର ନାଏକଙ୍କ ପାଖରେ ମଧ୍ୟ ଖବର ନ ଥିବା ଆହୁରି ଆଶ୍ଚର୍ଯ୍ୟ ମନେ ହେଉଛି l ତେବେ ଅନୁପସ୍ଥିତ ରହିଥିବା ଦୁଇ ଶିକ୍ଷକଙ୍କ  ପ୍ରତି ଶିକ୍ଷାବିଭାଗ ଓ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା l ଏନେଇ ବ୍ଲକ ଶିକ୍ଷାଧିକାରୀ ମହେଶ କୁମାର ଭାଟିଙ୍କୁ ପଚାରିବାରୁ ଆମେ ସିଆରସିସିଙ୍କୁ ତଦନ୍ତ ପାଇଁ ପଠେଇଛୁ ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ l ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଙ୍କୁ ଏବିଷୟରେ ଅବଗତ କରିବାରୁ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.