ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ତିଲୋରି ସ୍ଥିତ ଗୁମାଡି ନଦୀ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଯାତାୟତ ପାଇଁ ଏକ ଆପ୍ରୋଚା ରାସ୍ତା ହୋଇଥିଲା । ହେଲେ ସୋମବାର ଦିନ ଅଧିକ ବର୍ଷା ହେବା ଫଳରେ ଆପ୍ରୋଚ ରାସ୍ତା ଟି ସମ୍ପୂର୍ଣ ଧୋଇ ହୋଇ ଯାଇଥିଲା । ଫଳରେ ସିମନବାଡ଼ି ଠାରୁ ବୁଡ଼ାଗୁଡା, ତିଲୋରୀ ଓ ଗୁମୀକିଆ ପଞ୍ଚାୟତ କୁ କୌଣସି ଗାଡ଼ି ଯାତାୟତ ହୋଇ ପାରୁନଥିଲା । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏନେଇ ଓଡ଼ିଆ ବାର୍ତ୍ତାରେ ଖବର ପ୍ରସାରଣ ହୋଇଥିଲା । ମଙ୍ଗଳବାର ଦିନ ସନ୍ଧ୍ୟା ସମୟ ରେ ଉକ୍ତ ଆପ୍ରୋଚ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ବୁଧବାର ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ବର୍ତମାନ ବାଇକ୍ ସହ ହାଲୁକା ଯାନ ପାଇଁ ଯାତାୟତ ସ୍ଵାଭାବିକ ହୋଇଥିବା ବେଳେ ଭାରି ଯାନ ଯିବା ସମ୍ଭବ ନୁହଁ । ମରାମତି କାର୍ଯ୍ୟ ଆରମ୍ଭ ଫଳରେ ଲୋକେ କିଛି ମାତ୍ରା ରେ ଏହାର ସୁଫଳ ପାଇ ପାରିଛନ୍ତି ।