ରାସ୍ତା ପାଇଁ ଅଭିନବ ଉପାୟରେ ପ୍ରତିବାଦ
ଓଡିଆ ବାର୍ତ୍ତା/ ସଇଁତଳା (ଗୋକୁଳା ନନ୍ଦ ବଗର୍ତ୍ତୀ): ପୂର୍ତ୍ତ ବିଭାଗ ରାସ୍ତାର କୃତ୍ରିମ ପୋଖରୀରେ ଡଙ୍ଗା ପଡ଼ିବା ସହ ଫୁଟିଲା ପଦ୍ମ ଏହା ସହ ପାଣିରେ ପହରିବା ପାଇଁ ରାସ୍ତାରେ ଟାୟାର ରଖି ପ୍ରତିବାଦ। ରାସ୍ତା କାମ ପାଇଁ ଏପରି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ତୁଷୁରା ୟୁଥ ଏକ୍ସନ କମିଟି ଓ ତୁଷୁରାବାସୀ।ବଲାଙ୍ଗୀର ମୂଖ୍ୟ ରାସ୍ତା ଦିର୍ଘ ଦେନ ହେବ ଶୋଚନୀୟ ଥିବା ବେଳେ ରାସ୍ତା ନିର୍ମାଣ ପାଇଁ ତୁଷୁରା ବାସି ଦିର୍ଘଦିନରୁ ଦାବି କରିଆସୁଛନ୍ତି। ପୂର୍ତ୍ତ ବିଭାଗ ତରଫରୁ ତିନି ବର୍ଷ ତଳେ ଟେଣ୍ଡର ହୋଇଥିବା ବେଳେ ବର୍ତ୍ତମାନ ଶୁଦ୍ଧା ବି କାମ ଆରମ୍ଭ ହୋଇନାହିଁ। ତେବେ ତୁଷୁରା ୟୁଥ ଏକ୍ସନ କମିଟି ଓ ତୁଷୁରା ବାସି ଆଜି ତୁଷୁରା ବଲାଙ୍ଗୀର ମୂଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଏହି ମୂଖ୍ୟ ରାସ୍ତାଟି କଳାହାଣ୍ଡି, କନ୍ଧମାଲ ଓ ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଥିବା ବେଳେ ଯୋଗାଯୋଗ ବିଛିନ୍ନ ହୋଇଥିଲା।ତେବେ ପିଏଚଡି ବିଭାଗ ର ପାଣି ପାଇପ ସମସ୍ୟା ଥିବା ନେଇ ଆଜି ପର୍ଯ୍ୟନ୍ତ ରାସ୍ତା କାମ ହୋଇପାରୁ ନ ଥିବା ସ୍ଥାନୀୟ ଲୋକେ କହିଥିବା ବେଳେ ବିଭାଗୀୟ ଅଧିକାରୀ ଖୁବ ଶୀଘ୍ର ସମାଧାନ କରାଯିବ ବୋଳି କହିଛନ୍ତି।