ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ସାରଙ୍ଗ ଗଡ଼ – ରାଇକିଆ ଛକ ନିକଟରେ ଗଞ୍ଜେଇ ଚାଲାଣ କରିବା ପାଇଁ ଦୁଇ ମହିଳା ଏୟାର ବେଗ ଧରି ଅପେକ୍ଷା କରି ଥିବା ବେଳେ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଏସଆଇ ଦମୟନ୍ତୀ ବେହେରାଙ୍କ ହାବୁଡ଼ରେ ପଡ଼ିଥିଲେ। ପରେ ଏଏସଆଇ ଉମାଶଙ୍କର ପେଡେଣ୍ଟି ଓ ସୁରେନ୍ଦ୍ର କୁମାର ରାଜହଂସଙ୍କ ସହିତ ପୋଲିସ ଯାଞ୍ଚକାରୀ କର୍ମଚାରୀ ମାନେ ଉକ୍ତ ଗଞ୍ଜେଇ ଏୟାର ବେଗ ଜବତ କରିଥିଲେ। ଉକ୍ତ ସ୍ଥାନରେ ମାଜିଷ୍ଟ୍ରେଟ ତହସିଲଦାର ଆନନ୍ଦ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଉକ୍ତ ବେଗ ଦୁଇଟିରେ ଥିବା ୫ କେଜି ଓ ୩ କେଜି ଗଞ୍ଜେଇ ଜବତ କରିଥିଲେ। ଏ ସକ୍ରାନ୍ତରେ ଥାନା କେସ ନଂ ୧୦୭/୨୫ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଚାଲାଣକାରୀ ମହିଳା ଆସାମୀ ରାଇକିଆ ଥାନା ଅନ୍ତର୍ଗତ ବେରେଡା କିଆ ତାମେର ବାଡିର ଧୀରେନ୍ଦ୍ର ଦିଗାଲର ସ୍ତ୍ରୀ ପ୍ରିୟଙ୍କା ଦିଗାଲ (୩୫) ଓ ସେହି ଗାଁର ସୁରଥ ଦିଗାଲର ସ୍ତ୍ରୀ ମାନସୀ ଦିଗାଲ (୪୦) ଦୁଇ ଜଣ ମହିଳାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦାଃ ପ୍ରକାଶ କରିଛନ୍ତି।