ଓଡ଼ିଆ ବାର୍ତ୍ତା / କୋଲନରା (ପଦ୍ମନ ଭତ୍ରା): ରାୟଗଡା ଜ଼ିଲ୍ଲା କୋଲନରା ବ୍ଲକ୍ ଗାଡ଼ି ଶେଷଖାଲ୍ ପଞ୍ଚାୟତ ଅନ୍ତର୍ଗତ ମଣ୍ଡଳ ପିତେଷୁ ଏମିତି ଗାଁ ଅଛି ଯେଉଁଠି ରାସ୍ତା ନାହିଁ, ପିଇବା ପାଣିର ସୁବିଧା ନାହିଁ, ବିଦ୍ୟୁତ୍ ସୁବିଧା ନାହିଁ, ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନାହିଁ l ଗାଁ ଲୋକମାନେ ଜଙ୍ଗଲୀ ଜୀବନ ଜିଉଁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ l ୨୪ବର୍ଷ ର ସ୍ତିର ସରକାର ଥାଇ ମଧ୍ୟ ଏହି ଗ୍ରାମକୁ ସରକାରୀ ସହାୟତା ପହଞ୍ଚି ପାରିଲା ନାହିଁ । ଏହିପରି ଅଭାଗା ଗ୍ରାମ ମଣ୍ଡଳ ପିତେଷୁ l ଏହି ଗ୍ରାମରେ ୭୦ ପରିବାର ୨୫୦ ରୁ ଉର୍ଦ୍ଧ ଲୋକ ପ୍ରାୟ ୩୦ ବର୍ଷ ରୁ ହେବ ବସବାସ କରିଆସୁଛନ୍ତି l ମଣ୍ଡଳ ପିତେଶୁ ଗ୍ରାମର ବାସିନ୍ଦା ମାନେ ବାରମ୍ୱାର ବ୍ଳକ୍ ରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ୍ୟ ଏ ପର୍ଯ୍ୟନ୍ତ ପ୍ରଶାସନ ତାଙ୍କ ଗ୍ରାମକୁ ପହଞ୍ଚି ନାହାନ୍ତି । ଉକ୍ତ ଅଞ୍ଚଳ ବାସି କହିବା ଅନୁଯାୟୀ ତାଙ୍କ ଗ୍ରାମକୁ ଯାତାୟତ କରିବା ନିମନ୍ତେ ରାସ୍ତା ନାହିଁ, ପାଣି ଓ ବିଦ୍ୟୁତ୍ ସୁବିଧା ନାହିଁ । ଉକ୍ତ ଗ୍ରାମର ଲୋକ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି l ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ, ଦୁଇ କିଲୋମିଟର ରିଭୋଲକଣା ରେ ରହିଯାଉଛି l ରୋଗୀ ଓ ଗର୍ଭବତୀ ମହିଳା ମାନଙ୍କୁ ଖଟିଆରେ ବୁହି ଆଣିବାକୁ ପଡ଼େ | ନେତା ମନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚ ନିର୍ବାଚନ ସମୟରେ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ପଳାନ୍ତି l ନିର୍ବାଚନ ପରେ ଆଉ ଆମ କଥା କାହାକୁ ମନେ ପଡ଼ୁନି ସରପଞ୍ଚ ମଣ୍ଡଳ ପିତେଷୁ ଗ୍ରାମକୁ କୌଣସି ମୌଳିକ ସୁବିଧା ଯୋଗାଉନଥିବା ମତ ପ୍ରକାଶ କରିଥିଲେ l ଆମେ ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ଜୀବନ ଯାପନ କରିଆସୁଅଛୁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l