ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଉଁ ପରିସରରେ ଆଗାମୀ ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବକୁ ଆଖି ଆଗରେ ରଖି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପୁରାତନ ବିଦ୍ୟାର୍ଥୀ ପରିଷଦ, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ,ସାଉଁ ତରଫରୁ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିଷଦର ସଭାପତି ଜଳଧର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାକୁ ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ ଶୁଭ ଉଦଘାଟନ କରିଥିବା ବେଳେ ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡକ୍ଟର କାଳିପଦ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ପଟ୍ଟାୟତ, ବିଚାରକ ଶିକ୍ଷାବିତ ପୁଷ୍ପିତା ଦାସ, ବନଲତା ଦାସ, ଗଦାଧର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ। ସମ୍ପାଦକ ସୁଧାକର ସେଠୀ ପ୍ରାକ୍ କଥା ରଖିଥିବା ବେଳେ ମଞ୍ଚ ଆହ୍ବାନ କରିଥିଲେ ମନ୍ମଥ କୁମାର ବାରିକ। ଶେଷରେ ସହ ସମ୍ପାଦକ ସତ୍ୟନାରାୟଣ ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ସବ୍ୟସାଚୀ ପ୍ରାଧାନ, ଜୟଶ୍ରୀ ରାଉତ,ସନତ କୁମାର ପରିଡା, ହେମେନ୍ଦ୍ର କୁମାର ବୁଗୁଡେଇ ଥିବାବେଳେ ଶିକ୍ଷୟତ୍ରୀ ଇତିଶ୍ରୀ ବେହେରା,ଶ୍ରଦ୍ଧାଞ୍ଜଳି ମଲ୍ଲିକ,ଗୀତାଞ୍ଜଳି ପାତ୍ର,ଚିନ୍ମୟୀ ପାତ୍ର ଏବଂ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।‌ ଆସନ୍ତା ଜୁଲାଇ ୭ ତାରିଖରେ,ବିଦ୍ୟାଳୟ ଇତିହାସରେ ପ୍ରଥମ ଥର ପାଇଁ ପାଳିତ ହେବାକୁ ଯାଉଥିବା ପ୍ରତିଷ୍ଠା ଦିବସ ଏବଂ ବନ ମହୋତ୍ସବରେ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ସଭାପତି ଶ୍ରୀ ସାମଲ ଘୋଷଣା କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.