୩୦ରୁ ଉର୍ଦ୍ଧ୍ବ କବିଙ୍କ ସମାବେଶରେ ପରିବେଶ ଜଗନ୍ନାଥମୟ
ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଜଗତର ନାଥ ପବିତ୍ର ରଥଯାତ୍ରା ଅବସରରେ ନିଜ ଭାତୃ, ଭଗ୍ନି ସାଥେ ରଥାରୂଢ ହୋଇ ନଅଦିନ ପାଇଁ ନିଜ ଜନ୍ମବେଦୀକୁ ଯାତ୍ରା କରିଥାନ୍ତି। ଦୀର୍ଘ ଏକବର୍ଷ ପ୍ରତୀକ୍ଷା ପରେ ଭକ୍ତ ଓ ଭଗବାନ ବଡଦାଣ୍ଡରେ ଏକାକାର ହୋଇଯାଆନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଜଗନ୍ନାଥଙ୍କ ସାନ୍ନିଧ୍ୟ ଲାଭ କରିଥାନ୍ତି। ତିନିଠାକୁରଙ୍କ ତିନି ରଙ୍ଗ ମଧ୍ଯ ଏହି ବାର୍ତ୍ତା ପ୍ରଦାନ କରିଥାଏ। କଳାହାଣ୍ଡି ଲେଖିକା ସଂଘର “ଘୋଷଯାତ୍ରା” କାବ୍ୟୋତ୍ସବରେ ସଭାପତି ସୁଦେଷ୍ଣା ପଣ୍ଡାଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ବିଭାଗ ମୁଖ୍ୟ, ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଡ. ପଲ୍ଲିଶ୍ରୀ ପଟ୍ଟନାୟକ ଯୋଗଦେଇ ଜଗନ୍ନାଥ ତତ୍ତ୍ବ ଏବଂ ସଂସ୍କୃତି ବିଷୟରେ ଏକ ଭାବଗର୍ଭକ ବକ୍ତବ୍ଯ ପ୍ରଦାନ କରିବା ସହ ସମସ୍ତଙ୍କୁ ଭାବ ସମୁଦ୍ରରେ ଭସାଇ ଦେଇଥିଲେ। ଅନୁଷ୍ଠାନର ସଂପାଦିକା ସମସ୍ତଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇବା ସହସହ ଦାରୁବ୍ରହ୍ମଙ୍କ ପଥ ଅନୁସରଣ କରି ଭେଦଭାବ ଭୁଲି ଏକତାର ସୂତ୍ରରେ ବାନ୍ଧି ହେବା ପାଇଁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ କବି ମିନତି ପ୍ରଧାନଙ୍କ ସଂଯୋଜନାରେ କବି ଡ. ସୁଜାତା ମୁଣ୍ଡ, କବିତା ମୁଣ୍ଡ, ପ୍ରମୋଦିନି ପଣ୍ଡା, ଅନୀତା ମୁଣ୍ଡ, ତପସ୍ବିନୀ ପଣ୍ଡା, ଐଶ୍ଚର୍ଯ୍ୟା ପ୍ରଧାନ, ଅର୍ଚ୍ଚନା ମିଶ୍ର, ନିବେଦିତା ମହାନ୍ତି, ମନୋରମା ପାତ୍ର, ମମତା ପଟ୍ଟନାୟକ, ମମତା ସାହୁ, ମୀନା ମୁଣ୍ଡ, ପଦ୍ମିନୀ ବେହେରା, ପ୍ରତିଭା ମିଶ୍ର, ପୁଷ୍ପାଞ୍ଜଳି ମିଶ୍ର, ରୀତା ପଟ୍ଟଯୋଷୀ, ସଂଯୁକ୍ତା ମୁଣ୍ଡ, ସସ୍ମିତା ସାହୁ, ସବିତା ଦାସ, ସନ୍ଧ୍ଯାରାଣୀ ବେହେରା, ଶୁଭ୍ରା ପଟ୍ଟନାୟକ, ସୁଜାତା ଠାକୁର, ସବିତା ଶତପଥୀ, ରଶ୍ମିରାଣୀ ରଥ, କଳ୍ପନା ରଥ, ସ୍ନେହଲତା ଷଡଙ୍ଗୀ, ସୁଦେଷ୍ଣା ପଣ୍ଡା, ଝରଣା ପାଢ଼ୀ ପ୍ରମୂଖ ୩୦ରୁ ଉର୍ଦ୍ଧ୍ବ କବି ଭଜନ ଏବଂ କବିତା ପାଠ କରି ପରିବେଶକୁ ଜଗନ୍ନାଥମୟ କରିଦେଇଥିଲେ। କାର୍ଯ୍ୟକ୍ରମର ମଧ୍ଯ ଭାଗରେ ଗାଳ୍ପିକା ନିବେଦିତା ମହାନ୍ତିଙ୍କ ଗଳ୍ପ “ଜଗା ତୁ’ହି ଭରସା” ସ୍ଥାନୀତ ହୋଇଥିଲା। ପ୍ରଥମେ ବ୍ରହ୍ମ ନାଦ ଏବଂ ପରେ ଶାନ୍ତି ପାଠ କରିଥିଲେ କବି ମୀନା ମୁଣ୍ଡ। ସରସ୍ବତୀ ବନ୍ଦନା ଏବଂ ଜଗନ୍ନାଥଷ୍ଟକମ୍ ପାଠ କରିଥିଲେ କବି ସ୍ନହଲତା ଷଡଙ୍ଗୀ। ପ୍ରାରମ୍ଭିକ ସଂଗୀତ ମାଧ୍ୟମରେ ଜଗନ୍ନାଥଙ୍କୁ ଆବାହନ କରିଥିଲେ କବି ଝରଣା ପାଢ଼ୀ। ସଭାପତି ସୁଦେଷ୍ଣା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଧନ୍ଯବାଦ ଅର୍ପଣ କରିଥିଲେ କବି ସବିତା ଶତପଥୀ।ବୈଷୟିକ ସହାୟତା କରିଥିଲେ କବି ମିନତି ପ୍ରଧାନ।