ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାପାଳଙ୍କ ତରଫରୁ କଲ୍ୟାଣ ସିଂହପୁର ବ୍ଲକ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ ଉପ ଜିଲ୍ଲାପାଳ ରାୟଗଡ଼ା ଶ୍ରୀ ରମେଶ କୁମାର ଜେନା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ମମତା ସାହୁ ଏବଂ ପ୍ରକଳ୍ପ ପ୍ରଶାସକ ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଚନ୍ଦ୍ର କାନ୍ତ ମାଝୀ ଓ ଆରକ୍ଷୀ ଅଧିକାରୀ ରାୟଗଡ଼ା ସ୍ଵାତି ଏସ କୁମାର ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ପ୍ରକାର ଅଭିଯୋଗ ଶୁଣାଣି କରିଥିଲେ l ଏଥିରେ ମୋଟ ୩୭ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୩୦ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା ବେଳେ ୭ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ରହିଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.