ବିଏମସ ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ତୁମୁଡିବନ୍ଧ ବ୍ଲକରେ କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ବିଏମସିର ଅତିରିକ୍ତ କମିଶନର ଅଭିଯୋଗ ଶୁଣାଣି କାର୍ଯ୍ୟ ସମୟରେ ମରଣାନ୍ତକ ଆକ୍ରମଣ ଘଟଣାକୁ ସମସ୍ତ ସରକାରୀ କର୍ମଚାରୀ ନିନ୍ଦା କରିବା ସହିତ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିବାର ଦେଖିବାକୁ ମିଳିଛି। ତୁମୁଡିବନ୍ଧ ବ୍ଳକ କର୍ମଚାରୀ ମାନେ ଯଥା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କେଦାରନାଥ ଚୌଧୁରୀ,କନିଷ୍ଠ ଯନ୍ତ୍ରୀ ବିନୟ କୁମାର ମିଶ୍ର, ରାମ ପ୍ରାସଦ ଦାସ, ସୁନୀଲ କୁମାର ପ୍ରଧାନ, ବରିଷ୍ଠ କିରାଣୀ ଅରୁଣ କୁମାର ସ୍ବାଇଁ ବିବେକାନନ୍ଦ କହଁର, ବିଏସଏସଓ ସୌମ୍ୟରଂଜନ ସାହୁ, ବିଏଲସି ବାଦଲ କୁମାର ପ୍ରଧାନ,ବି ପି ସି ଆଶୀର୍ବାଦ ଦିଗାଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଗା ମାଧବ ପଣ୍ଡା ଓ ଅନ୍ୟ ସମସ୍ତ କର୍ମଚାରୀ ମାନେ ଅତିରିକ୍ତ ବିଏମସି କମିଶନରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନିନ୍ଦା କରିବା ସହିତ ସମସ୍ତ ଆକ୍ରମଣକାରୀଙ୍କୁ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନ ହେଲେ ଏହି କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ ଜାରୀ ରହିବ ବୋଲି କର୍ମଚାରୀମାନେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.