ଚନ୍ଦ୍ର ଶେଖର ପରିଡା ପୁନଃ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କଂଗ୍ରେସ ର ସଭାପତି ଭାବେ ଚନ୍ଦ୍ର ଶେଖର ପରିଡାଙ୍କୁ ପୁନଃ ଦାୟିତ୍ବ ଦିଆଯାଇଥିବା ବିଷୟ ପିସିସି ସଭାପତି ଭକ୍ତ ଚରଣ ଦାସ ନାମ ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ, ଯେ, ଶ୍ରୀ ପରିଡା ଗତ ୨୦୨୪ ଫେବୃଆରୀ ରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କିଛି ମାସ ତଳେ କଂଗ୍ରେସର ସମସ୍ତ କମିଟି ଭଙ୍ଗ କରି ଦିଆଯିବା ପରେ ସେ ଭାରପ୍ରାପ୍ତ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ନୂତନ ସଭାପତି ପାଇଁ ଗତ କିଛି ଦିନ ଧରି ଜିଲ୍ଲାରେ ଅଙ୍କକଷା ଚାଲିଥିବା ବେଳେ ଚନ୍ଦ୍ର ଶେଖରଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ରାଜ୍ୟ ସଭାପତି। ଛାତ୍ର ରାଜନିତିରୁ କଂଗ୍ରେସ ସହିତ ସଂଶ୍ଲିଷ୍ଟ ଶ୍ରୀ ପରିଡା ଜିଲ୍ଲା କଂଗ୍ରେସର ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା। ପୁଣିଥରେ ଜିଲ୍ଲା ସଭାପତି ଦାୟିତ୍ୱ ମିଳିଥିବାରୁ ସେ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜଣାଇବା ସହିତ କନ୍ଧମାଳ ଜିଲ୍ଲାରେ ଦଳର ସଙ୍ଗଠନକୁ ଅଧିକ ମଜବୁତ କରିବା ପାଇଁ ଉଦ୍ୟମ ଜାରୀ ରଖିବେ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.