ଭାରଉତ୍ତୋଳନ ପ୍ରତିଯୋଗିତାରେ ପ୍ରସାଦ ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଆୟୋଜିତ ଭାରତ୍ତୋଳନ ପ୍ରତିଯୋଗୀତା ରେ ୨୩୦ କିଲୋ ଓଜନ ଉଠାଇ ପ୍ରସାଦ ପଟ୍ଟନାୟକ ପ୍ରଥମ ସ୍ଥାନ ହାସଲ କରି କୃତିତ୍ୱ ହାସଲ କରିଛନ୍ତି I ଶିକ୍ଷୟତ୍ରୀ ତଥା ରୋଟାରିଆନ ମିନି ପଟ୍ଟନାୟକଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ପ୍ରାସାଦ । ଫୁଲବାଣୀ ସହରରେ ଥିବା ୩ଟି ଜିମ୍ ର ପିଲାଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏଥିରେ ଗୋଲ୍ସ ଜିମ ସେଣ୍ଟରର ସାତ ଜଣ ବିଜୟୀ ହେଇଥିଲେ I ସେମାନେ ହେଲେ ଶୁଭାଶିଷ, ସମର, ରାହୁଲ, ସାଗର, ଖୂତିସ ଓ ମାମୁନ I ଏହି ଅବସରରେ ଏଥିରେ ଅତିଥି ଭାବେ ପୋଲିସ ରିଜର୍ଭ ଆର ଆଇ ବିର ସିଂହ ଶବର, ରାକେଶ ରାଓ ପ୍ରମୁଖ ଯୋଗ ଦେଇ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.