ଟିଟିଲାଗଡ଼ ବିଧାୟକ କଲେ ବୃକ୍ଷରୋପଣ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସଇଁତଳା ବ୍ଲକ ଝିଙ୍କିଡୁଙ୍ଗୁରି, ଯୁରାବନ୍ଧ, ଟିକ୍ରାପଡ଼ା ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଛନ୍ତି | ସେ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କାର୍ଯ୍ୟାଳୟ ପରିସର, ପଟାମରା ପ୍ରାଥମିକ ବିଦ୍ୟାଳୟ ଓ କେନ୍ଦୁଉଡ଼ାର ସ୍ଥିତ ଏ.ବି.ଏ. ହାଇସ୍କୁଲ ଠାରେ ବୃକ୍ଷରୋପଣ କରିଥିଲେ | ସେହିପରି ଯୁରାବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ, ନୂଆମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ତଥା ଟିକ୍ରାପଡ଼ା ପଞ୍ଚାୟତ ସଦର ମହକୁମା ସ୍ଥିତ ଜି.ପି. ନୋଡାଲ ହାଇସ୍କୁଲ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଧାୟକ ବୃକ୍ଷରୋପଣ କରିଥିଲେ | ବିଧାୟକ ପ୍ରତିନିଧି ବିମଲ ଶର୍ମା, ବିଜେପି ନେତା ଡୋଳାମଣି ବସ୍ତିଆ, ମୋହନ ନାଏକ, ମହେନ୍ଦ୍ର ଅମାତ, ବିଦୁର କରନ, କୃତ୍ତିବାସ କଲେତ, ମୀନକେତନ ରାଜପଲିଆ, ରାଧେଶ୍ୟାମ ରଣା, ଦଶରଥ ରଣା, ଇନ୍ଦ୍ର ରାଜପଲିଆ, ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ, ଟିକ୍ରାପଡ଼ା ବନପାଳ ମନୋଜ ଡନସେନା, ଡାକ୍ତର ଅଶୋକ ମେହେର, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ସିଂ ଦେଓ, ବିଦ୍ୟାଳୟ ସମୁହର ପ୍ରଧାନ ଶିକ୍ଷକ ଓ ଷ୍ଟାଫ ଉପସ୍ଥିତ ରହିଥିଲେ | ବିଧାୟକଙ୍କୁ ଉପରୋକ୍ତ ସ୍ଥାନରେ ବିପୁଳ ସଂଖ୍ୟାରେ  ଜନସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.