ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଘଣ୍ଟବାହାଲି ଠାରେ ବନମହୋତ୍ସବ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୈାଡ): ଟିଟିଲାଗଡ ବ୍ଲକ ଘଣ୍ଟବାହାଲି ସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ୭୬ତମ ବନମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପିତାମ୍ବର ଛତରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଟିଟିଲାଗଡ ଶାଖାର କ୍ଷେତ୍ର ଅଧିକାରୀ ଶୁଭ୍ରକାନ୍ତ ଖମାରୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିନୋଦ ଛତର ଉପସ୍ଥିତ ରହି ମାନବଜୀବନରେ ବୃକ୍ଷର ମହତ୍ତ୍ବ ଉପରେ ଆଲୋକପାତ କରିବା ସହ ଚାରା ରୋପଣ କରିଥିଉ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ହେମନ୍ତ ବିଶି, ହେମରାଜ ଛତର, ସନତ ବଗର୍ତ୍ତୀ, ସାହେବ ସାହୁ, ଖଡ଼ିରତ୍ନ ଛତର, ଯଚିନ୍ଦ୍ର ଛତର, ରାମେଶ୍ବର ଛତର, ଯୁବରାଜ ଛତର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.