ତୁଷ୍ଟାପାଲି ନିକଟ ଲାଂଥ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କରମତଲା ପଂଚାୟତ ତୁଷ୍ଟାପାଲି ଗାଁ ନିକଟରେ ଥିବା ଲାଂଥ ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ ରାଜ୍ୟ ସରକାର ୧ କୋଟି ୨୪ ଲକ୍ଷ ୨୬ ହଜାର ୨୮୧ ଟଙ୍କା ମଞ୍ଜୁର କରିଛନ୍ତି। ଏହି ବ୍ୟାରେଜ ନିର୍ମାଣ ହେଲେ ଶତାଧିକ ଚାଷୀ ଉପକୃତ ହେବେ। ବ୍ୟାରେଜ ନିର୍ମାଣ ପାଇଁ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ପ୍ରୟାସ ଏବେ ଫଳବତୀ ହୋଇଛି। ତେଣୁ ସ୍ଥାନୀୟ ଲୋକେ ବିଧାୟକ ନବୀନ ଜୈନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.