ଘଣ୍ଟମାଳ ଵିଘ୍ନେଶ୍ୱର ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ବିଜ୍ଞନମେଳା

ବିଜ୍ଞାନ ଦ୍ୱାରା ହିଁ ବିକାଶ ସମ୍ଭବ -ତପିମଣି ଯାନୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ବିଘ୍ନେଶ୍ୱର ହାଇସ୍କୁଲ ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ବିଜ୍ଞାନ ମେଳାର ଉଦ୍ଘାଟନୀ ଉତ୍ସବରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମେଳାଟିକୁୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ପ୍ରଥମେ ଏନେଇ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଲଳିତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବତନ୍ତ୍ର ଅତିଥି ଭାବରେ ଜାତୀୟ ପୁରସ୍କାର ପ୍ରାପ୍ତ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ସମ୍ମାନୀତ ଅତିଥି ଭାବରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଗାଡେବନ୍ଧ ସରପଞ୍ଚ କବିତା ବାଗ, ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତରୁଣ ନାଏକ, ନର୍ଲା ଭୋକେସନାଲ କଲେଜ ର ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ ପ୍ରମୁଖ ମାଞ୍ଚାସୀନ ରହି ସମାଜ ପାଇଁ ବିଜ୍ଞାନ ର ଅବଦାନ ଓ ଶକ୍ତି ସଂରକ୍ଷଣ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ବିଜ୍ଞାନ ଦ୍ୱାରା ହିଁ ବିକାଶ ସମ୍ଭବ ବୋଲି ମୁଖ୍ୟ ଅତିଥି ଶ୍ରୀ ଜାନୀ ତାଙ୍କ ବକ୍ତବ୍ୟରେ କହିଥିଲେ । ନର୍ଲା ବ୍ଲକ ଅଧିନସ୍ଥ ୨୯ ଗୋଟି ହାଇସ୍କୁଲ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ମାଉଣ୍ଟେନ ଇଂଲିଶ ମିଡିୟମ୍ ସ୍କୁଲ ଏଭଳି ୩୧ ଗୋଟି ସ୍କୁଲ ର ୬ଷ୍ଠ ରୁ ୧୦ମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ନେଇ ୩୩ ଗୋଟି ପ୍ରକଳ୍ପ ଏହି ବିଜ୍ଞାନ ମେଳାରେ ପ୍ରଦର୍ଶିତ ହୋଇଥିଲା। ଏହି ବିଜ୍ଞାନ ମେଳାରେ ବିଚାରକ ଭାବରେ ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ ଓ ମାଉଣ୍ଟେନ ସ୍କୁଲର ଅଧ୍ୟାପକ ଦେବିଲାଲ ନାଏକ ବିଚାରକ ଭାବରେ ସମସ୍ତ ପ୍ରକଳ୍ପ ଗୁଡ଼ିକ ମୂଲ୍ୟାୟନ କରିଥିଲେ। ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୭ମ ଶ୍ରେଣୀର ଛାତ୍ର ଆଦିତ୍ୟ ଅଗ୍ରୱାଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ ର ୧୦ ମ ଶ୍ରେଣୀର ଛାତ୍ରୀ ପୂଜା ରଣା ଦ୍ବିତୀୟ ସ୍ଥାନ ଓ ନର୍ଲା ହାଇସ୍କୁଲ ର ୯ ମ ଶ୍ରେଣୀ ର ଛାତ୍ର ସ୍ବାଧିନ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅପରାହ୍ନ ୩ ଘଣ୍ଟା ସମୟରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଘଣ୍ଟମାଳ ସରପଞ୍ଚ ଶ୍ରୀ ସା, ଏବିଇ ଓ ସୂର୍ଯ୍ୟଦେବ ବାଗ ମଞ୍ଚାସୀନ ରହି କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ। ବିଜ୍ଞାନ ଭିତ୍ତିକ ଏହି ସୃଜନାତ୍ମକ କାର୍ଯ୍ୟକ୍ରମକୁ ଅତିଥି ବୃନ୍ଦ ଭୂୟସୀ ପ୍ରସଂଶା କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବସନ୍ତ ସାମନ୍ତରାୟ ମଞ୍ଚ ସଂଯୋଜନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। ସମସ୍ତ ବିଦ୍ୟାଳୟ ଗୁଡିକରୁ ଜଣେ ଲେଖାଏଁ ଗାଇଡ ଶିକ୍ଷକ ପିଲାଙ୍କ ଦାଇତ୍ୱ ନେଇ ମେଳା ରେ ଯୋଗଦାନ କରିଥିଲେ। କୃତୀ ଛାତ୍ର ଛାତ୍ରୀ ମାନେ ଆସନ୍ତା ୨୯ ରେ ଜିଲ୍ଲା ସ୍ତରୀୟ ମେଳାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.