ହାତୀ ସଂରକ୍ଷଣ ନିମନ୍ତେ ସଚେତନତା ମୂଳକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ କାର୍ଯ୍ୟରତ ଏଭର ଗ୍ରୀନ ଫୋରମ ସଂଗଠନ ପକ୍ଷରୁ ହାତୀ ମାନଙ୍କ ସଂରକ୍ଷଣ ତଥା ଅରଣ୍ୟର ରକ୍ଷଣବେକ୍ଷଣ ନିମିତ୍ତ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଗଠନର ସଂସ୍ଥାପକ ଡଃ.ପ୍ରକାଶ ଚନ୍ଦ୍ର ଜେନା,ସମ୍ମାନିତ ଅତିଥି ଭାବେ ବିଶ୍ବ ବନ୍ୟଜନ୍ତୁ ତହବିଲ, ଭାରତର ଓଡିଶା ପ୍ରମୁଖ ତଥା ପ୍ରାକ୍ତନ ନିର୍ଦେଶକ ମାଇକେଲ ପିଟର, ବନ୍ୟଜନ୍ତୁ ସଂରକ୍ଷକ ବିଜୟ କୁମାର ଦାସ, ପରିବେଶବିତ ସମ୍ବିତ ଘୋଡେଇ ଓ ସ୍ଥାନିୟ ବନପାଳ ମନ୍ମଥ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ। ମାନବ ସେବାରେ ବନ୍ୟଜନ୍ତୁଙ୍କ ଅବଦାନ ଅତୁଳନୀୟ। ମୁଖ୍ୟତଃ ହାତୀମାନଙ୍କ ମଳମୂତ୍ର, ହାଡ଼ମାଂସ, ଚର୍ମ, ନଖ ସବୁକିଛି ଆବଶ୍ୟକୀୟ ଉପାଦାନ ଅଟେ। ସେମାନେ ପରିବେଶକୁ ସନ୍ତୁଳିତ ରଖନ୍ତି। ସେମାନଙ୍କୁ ସଂରକ୍ଷଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ, ଏଥିରେ ଛାତ୍ର ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ ବୋଲି ଅତିଥି ଗଣ ମତପୋଷଣ କରିଥିଲେ। ବିଦ୍ୟାଳୟର ଜୁନିଅର ରେଡକ୍ରସ କାଉନସିଲର ଦିବ୍ୟସିଂ ପ୍ରଧାନ ପ୍ରୋଜେକ୍ଟର ମାଧ୍ଯମରେ ଉପସ୍ଥିତ ଗ୍ରାମବାସୀ ତ‌ଥା ଛାତ୍ରଛାତ୍ରୀଙ୍କୁ ପରିବେଶକୁ ସୁରକ୍ଷିତ ରଖିବାର ତାଲିମ ଦେଇଥିଲେ । ଶେଷରେ ବିଜ୍ଞାନ ଶିକ୍ଷିକା ଅପର୍ଣ୍ଣା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମରେ ବିଦ୍ୟାଳୟର ଶିକ୍ଷକ ବେଣୁଧର ବେହେରା, ଦୀପକ କୁମାର କହଁର,ବାମଚନ୍ଦ୍ର ପ୍ରଧାନ,ସାଗ୍ନିକା ସେଠି ଓ ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.