ପିକପ ସହ ୬୧ କେଜି ଗଞ୍ଜେଇ ଜବତ, ଦୁଇ ଚାଲାଣକାରୀ ଗିରଫ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଗୁଞ୍ଜିଗାଁ – ପାର୍ଜୁବାଲି ଛକ ନିକଟରେ ଦୃତଗାମୀ ଏକ ବୁଲେର ପିକପ ନଂ ଓଡି ୦୨ ସିଜେ ୧୩୯୬ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁ ଥିବା ବେଳେ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଏସଆଇ ଦମୟନ୍ତୀ ବେହେରାଙ୍କ ହାବୁଡ଼ରେ ପଡ଼ିଥିଲେ।ପରେ ଏଏସଆଇ ଉମାଶଙ୍କର ପେଡେଣ୍ଟି ଓ ସୁରେନ୍ଦ୍ର କୁମାର ରାଜହଂସଙ୍କ ସହିତ ପୋଲିସ ଯାଞ୍ଚକାରୀ କର୍ମଚାରୀ ମାନେ ପିକପ ଭେନରେ ଲୋଡ୍ ହୋଇ ଥିବା ପ୍ଲାଷ୍ଟିକ ଟ୍ରେରେ ତନଖି କରି ଭର୍ତ୍ତି କରାଯାଇଥିବା ଗଞ୍ଜେଇ ଜବତ କରିଥିଲେ। ପରେ ଉକ୍ତ ସ୍ଥାନରେ ମାଜିଷ୍ଟ୍ରେଟ ଭାବେ ବାଲିଗୁଡ଼ା ତହସିଲଦାର ଦିପ୍ତି ପ୍ରକାଶ ବେହେରାଙ୍କ ଉପସ୍ଥିତିରେ ଉକ୍ତ ଟ୍ରେ ଗୁଡ଼ିକରେ ଥିବା ମୋଟ ୬୧ କେଜି ଗଞ୍ଜେଇ ବୁଲେର ପିକପ ଓ ଦୁଇଟି ମୋବାଇଲ ଜବତ କରିଥିଲେ। ପୋଲିସ ଏ ସକ୍ରାନ୍ତରେ ଥାନା କେସ ନଂ ୧୨୦/୨୫ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଚାଲାଣକାରୀ ଖୋର୍ଦ୍ଧା ଜିଲ୍ଲା ନିରାକାର ପୁରର ଟୁଟୁ ବେହେରା (୩୫) ଓ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଲିସୁଗାର ଜିଖାରିଆ ଦିଗାଲ (୪୨) କୁ ଗିରଫ କରି ଆଜି କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦାଃ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.