ଅବସର ନେଲେ ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ

ମୋର ସହକର୍ମୀ ଓ ଛାତ୍ର ଛାତ୍ରୀ ସବୁଦିନ ପାଇଁ ମନେ ରହିବେ -ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ(ନୋଡାଲ ହାଇସ୍କୁଲ) ର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ ୩୧/୭ ଗୁରୁବାର ଅବସର ଗ୍ରହଣ କରିଛନ୍ତି। ସେ ନର୍ଲା ହାଇସ୍କୁଲ ର ୨୯ tମ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ ସେନାପତିଙ୍କ ଠାରୁ ଜାନୁୟାରୀ ୨୦୨୧ ମସିହାରୁ ଦାୟୀତ୍ୱ ଗ୍ରହଣ କରିଥିଲେ। ତାଙ୍କ ଏହି ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ମ୍ୟାଟ୍ରିକ ବ୍ୟାଚ ଗୁଡ଼ିକ ରେ ଉନ୍ନତ ମାନର ରିଜଲ୍ଟ ଆଣି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି ଛାତ୍ର ଛାତ୍ରୀ। ଏହି ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ ବିଦ୍ୟାଳୟ ପରିଚାଳନା ସମିତି ଓ କର୍ମଚାରୀ। ଏଥିରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ବିଜୟ ସେନାପତି, ଏବିଇଓ ଗୋବର୍ଦ୍ଧନ ମାଝୀ, ବିଦ୍ୟାଳୟ ର ଅବସରପ୍ରାପ୍ତ କର୍ମଚାରୀ ସୁବାଷ ପଧାନ, ଶିକ୍ଷାବିତ କ୍ଷୀରୋଦ ଚନ୍ଦ୍ର ପାତ୍ର, ସର୍ଗିଗୁଡା ସମିତି ସଦସ୍ୟ ତଥା ବିଦ୍ୟାଳୟର ପୂର୍ବତନ ଏସଏମସି ସଭାପତି ଲଳିତ ରଣା, ପୂର୍ବତନ ସଭାପତି ଚିରଞ୍ଜିବୀ ଗୌଡିଆ, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ତେଜରାଜ ସାହୁ, ଲାଞ୍ଜିଗଡରୋଡ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତରୁଣ ସାହୁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସୁନାମୁଦୀ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ଙ୍କ ବିଦ୍ୟାଳୟ ସୁ ପରିଚାଳନା କୌଶଳ, ସ୍ନେହୀ ଗୁଣ, ସମୟନୁଵର୍ତ୍ତିତା ବିଷୟରେ କହିଥିଲେ। ମୋ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କେମିତି ଭଲ ରେଜଲ୍ଟ କରିବେ, କେମିତି ଭଲ ମଣିଷ ହୋଇ ସମାଜ ରେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ ପାରିବେ ସେଥିପାଇଁ ସବୁବେଳେ ମୁଁ ପ୍ରୟାସ ଜାରୀ ରଖିଲି। ବିଦ୍ୟାଳୟକୁ ମୋ ଘର ଛାତ୍ର ଛାତ୍ରୀ ଏଵଂ ଷ୍ଟାଫ ମାନେ ମୋ ପରିବାର ମନେକରି ମୁଁ ବିଦ୍ୟାଳୟ ପରିଚାଳନା କଲି। ଏଥିରେ ମୋ ଷ୍ଟାଫ ମାନେ ମୋତେ ଭରପୁର ସାହାଯ୍ୟ ସହଯୋଗ କରି ଆସିଛନ୍ତି। ଏଣୁ ବିଦ୍ୟାଳୟ ଅନେକ ସୁନାମ ଅର୍ଜନ କରିଛି। ମୋ ସହକର୍ମୀ ଓ ପରିଚାଳନା ସମିତିର ସଦସ୍ୟ ମାନଙ୍କୁ ମୁଁ କେବେ ଭୁଲି ପାରିବି ନାହିଁ ବୋଲି ତାଙ୍କ ବିଦାୟୀ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଅବସରପ୍ରାପ୍ତ ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ବିଦ୍ୟାଳୟର ତାଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ଭାରପ୍ରାପ୍ତପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନମୁଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କର୍ମଚାରୀ ପ୍ରଣତି ବୈଦ୍ୟ, ମିନାକ୍ଷୀ ମିଶ୍ର, ଶର୍ମିତା ସେଠି, ପ୍ରଶାନ୍ତ ସାହୁ, ଜ୍ୟୋତି ମହାନ୍ତି, ସସ୍ମିତା ପଧାନ, ଜେ ଫାଲ୍ଗୁନା ରାଓ, ଅର୍ଚ୍ଚନା ନାୟକ, କ୍ରିଷ୍ଣାଶ୍ରୀ ମାଝୀ, ନିବେଦିତା ଗଣ୍ଠିଆ, ଦେବିସ୍ମିତା ନାୟକ, କ୍ଷିତୀଶ ପୋଡ଼, ତରଣୀ ଧଙ୍ଗଡା ମାଝୀ, ମିତ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସଂସ୍କୃତ ଶିକ୍ଷୟତ୍ରୀ ଶିଲା ପ୍ରହରାଜଙ୍କ ସହ ଶର୍ମିତା ସେଠୀ ଓ ସୋନମ ରାଣୀ ପଧାନ ମଞ୍ଚ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ଓ ଷ୍ଟାଫ ମାନେ ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଉପହାର ମାନ ପ୍ରଦାନ କରିଥିଲେ। ଶେଷରେ ଶ୍ରୀମତୀ ସୁନାମୁଦୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.