ନର୍ଲା ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନର୍ଲା ବିଧାୟିକା ଓ ବ୍ଲକ ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ଦାବିପତ୍ର ପ୍ରଦାନ କରିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି। ଏହି ସମୟରେ ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ବିଶେଷ କରି ଅସୁରଗଡ ସାଗର, ସୁନାମୁହିଁ ସାଗର ଓ ହରିହର ସାଗରର ଉନ୍ନତି କରଣ ପାଇଁ ଦାବି କରିଛନ୍ତି ବିଧାୟିକା। ଏହାବାଦ ନର୍ଲା ଅଞ୍ଚଳ ଏକ ଅଣ ଜଳ ସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ବର୍ଷା ଜଳ କୁ ଭରଷା କରି ଚାଷ କାର୍ଯ୍ୟ କରିଥାନ୍ତି। ଏଣୁ ଅଳ୍ପ ଦିନ ତଳେ ନର୍ଲା ଅଞ୍ଚଳ ଚାଷୀଙ୍କ ତରଫରୁ ଦାବୀ ହୋଇଥିବା ରେତ ଜଳ ସେଚନ ପ୍ରକଳ୍ପର କେନାଲ କୁ ନର୍ଲାର ଆଉ ୮ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସଂପ୍ରସାରଣ ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ନର୍ଲା ବିଧାୟିକା ମନୋରମା ମହାନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନର୍ଲା ଅଞ୍ଚଳରେ ରହିଥିବା ସମସ୍ତ ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ଭାବରେ ନିର୍ବାଚିତ ହେବା ପରେ ତାଙ୍କ ପ୍ରୟାସରେ ଛତିକୁଡାରୁ ନର୍ଲା ପର୍ଯ୍ୟନ୍ତ ୧୫ କି ମି ଦୈର୍ଘ୍ୟ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କାମ ଚାଲିଛି। ପୁଣି ଏବେ ନର୍ଲାରୁ ମ ରାମପୁର ଯାଏଁ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସରିଥିବା ଜଣାପଡ଼ିଛି। ନର୍ଲାରେ ଉନ୍ନତ ମାନର ଯନ୍ତ୍ରପାତି ଯୁକ୍ତ ଅତ୍ୟାଧୁନିକ ମେଡିକାଲ ଭବନ ନିର୍ମାଣ ପାଇଁ ଆସିଛି ୨୫ କୋଟି ଫଣ୍ଡ। ସ୍ୱଚ୍ଛ, ପରିମଳ, ସରସ ସୁନ୍ଦର ଓ ସବୁଜିମା ରେ ପରିଣତ କରିବା ସାଙ୍ଗକୁ ଲୋକଙ୍କ ଆସ୍ଥା ଓ ବିଶ୍ୱାସ କୁ ସମ୍ମାନ ଜଣାଇ ନର୍ଲା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ମୋର ଏକମାତ୍ର ଲକ୍ଷ୍ୟ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଧାୟିକା ଶ୍ରୀମତୀ ମହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.