ବନ ସୁରକ୍ଷା ସମିତିର ଏହି ଅଭିନବ କାର୍ଯ୍ୟକ୍ରମ: ବୃକ୍ଷକୁ ରାକ୍ଷୀ ବାନ୍ଧିଲେ ଜନସାଧାରଣ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଉତ୍ତର ବନଖଣ୍ଡର କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ସ୍ନିଗ୍ଧା ସରିତା ବଳିଆର ସିଂଙ୍କ ନିର୍ଦ୍ଦେଶ କ୍ରମେ ରୁପ୍ରାରୋଡ ସେକ୍ସନ ଅନ୍ତର୍ଗତ ତିଲେଇମାଳ ବନ ସୁରକ୍ଷା ସମିତି ଠାରେ ସାମୁହିକ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଆମ ଜଙ୍ଗଲ ଯୋଜନା ଦଳପତି ହେମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦହଲ ବନ ସୁରକ୍ଷା ସମିତି ସଭାପତି ସୁରେଶ କୁମାର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ତିଲେଇମାଲ ବନ ସୁରକ୍ଷା ସମିତି ସଭାପତି ଓ ସମିତିର ସଭ୍ୟ ସଭ୍ୟା ଏଵଂ ଅଞ୍ଚଳବାସୀ ଜନ ସାଧାରଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଦଳପତି ଶ୍ରୀ ନାଏକ ମାନବ ସମାଜ ପାଇଁ ବୃକ୍ଷର ଆବଶ୍ୟକତା ଓ ବୃକ୍ଷ ଆମ ଜୀବନ ଧାରଣରେ କେତେ ଗୁରୁତ୍ଵପୂର୍ଣ୍ଣ ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଯିଏ ଆମ ଜୀବନ ରକ୍ଷାରେ ସଦା ସର୍ବଦା ସହାୟକ ହେଉଛି ତାକୁ ସୁରକ୍ଷା ଦେବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ଏଣୁ ପବିତ୍ର ରକ୍ଷା ବନ୍ଧନ ଅବସରରେ ବନ ବିଭାଗ ତରଫରୁ ସାମୁହିକ ଭାବରେ ବୃକ୍ଷକୁ ରାକ୍ଷୀ ବାନ୍ଧି ଥିଲେ ଜନ ସାଧାରଣ। ପ୍ରଥମେ ବୃକ୍ଷକୁ ଧୂପ, ଦୀପ, ସିନ୍ଦୁର ଚନ୍ଦନ ଦେଇ ପୂଜା କରି ରାକ୍ଷୀ ବାନ୍ଧି ଏହାର ସୁରକ୍ଷା ପାଇଁ ଶପଥ ନେଇଥିଲେ। ଏହା ପରେ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ। ବନ ସୁରକ୍ଷା ସମିତିର ଏହି ଅଭିନବ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି। ଏବଂ ବୃକ୍ଷ ତଥା ଜଙ୍ଗଲ ସୁରକ୍ଷା ପାଇଁ ସର୍ବଦା ସଚେତନ ରହି ବନ ବିଭାଗକୁ ମଧ୍ୟ ସହଯୋଗ କରିବା ପାଇଁ କହିଥିଲେ। ପରିଶେଷ ରେ ଆମ ଜଙ୍ଗଲ ଯୋଜନା କର୍ମଚାରୀ ଇନ୍ଦ୍ରମଣି ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.