ଓଡିଶା ଅମଲା ରଜ୍ୟ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ; କନ୍ଧମାଳ ଜିଲ୍ଲାପାଳ ଓ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଜାରି 

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଞ୍ଜନ ରାୟ): ଓଡିଶା ଅମଲା ରାଜ୍ଯ ସଂଘ ୧୦ଦଫା ଦାବି ନେଇ ରାଜ୍ଯ ସରକାରଙ୍କୁ ଅବଗତ କରାଇଥିଲେ ସୁଦ୍ଧା ସେମାନଙ୍କ ଦାବି ଉପରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ତେଣୁ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସେମାନେ ସାମୁହିକ ଛୁଟି ସହ ଧାରଣ ଦେଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲାର ୨୬୯ଜଣ ଅମଲା ସଂଘର ମହିଳା ଓ ପୁରୁଷ କର୍ମଚାରୀ ଧାରଣ ବସିଥିବା ଦେଖିବାକୁ ମିଳିଛି। ଏପଟେ ଅମଲା କର୍ମଚାରୀ କାର୍ଯ୍ୟବନ୍ଦ କରି ଧାରଣାରେ ବସିଥିବାରୁ କାର୍ଯ୍ୟାଳୟ ମାନଙ୍କରେ ବିଭିନ୍ନ ବିଭାଗରେ ନିର୍ଭର କରୁଥିବା ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଦାବି ପୁରାଣ ନ ହେଲେ ଆମେ କାର୍ଯ୍ୟରେ ଯୋଗଦେବୁ ନାହିଁ ବୋଲି ଅମଲା କର୍ମଚାରୀ ସଂଘ ପକ୍ଷରୁ 
କନ୍ଧମାଳ ଜିଲ୍ଲା ସଭାପତି ଗଣେଶ ନାୟକ ଓ ଉପସଭାପତି କେ. ଗୌତମ ରାଓ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.