ଦେବଗିରି ସାଂସ୍କୃତିକ ଅନୁଷ୍ଠାନରେ ଗଣେଶ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଚାଲିଛି ୩୩ତମ ଶ୍ରୀଗଣେଶ ପୂଜା। ଅନୁଷ୍ଠାନର ଯୁବ ଶିଳ୍ପୀ ରମେଶ କୁମାର ଧଙ୍ଗଡାମାଝୀ (ସାଗର)ଙ୍କ ଦ୍ବାରା ନିର୍ମିତ ହୋଇଛି ୯ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି । ସାଜସଜ୍ଜା ଓ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଛନ୍ତି ଅନୁଷ୍ଠାନର ସଦସ୍ୟ ତଥା ଶିଳ୍ପ ଶିକ୍ଷକ ସୁମିତ କୁମାର ଧଙ୍ଗଡାମାଝୀ ଓ ଶିଳ୍ପୀ ମୋହିତ ଧଙ୍ଗଡାମାଝୀ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ସହସଂପାଦକ ସୁଧିର କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲଙ୍କ ମାର୍ଗଦର୍ଶନ ଏବଂ ସାଂସ୍କୃତିକ ସଂପାଦକ ସଲିଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ପୂଜାର୍ଚ୍ଚନା । ପୂଜାର କର୍ତ୍ତା ଭାବେ ଅନୁଷ୍ଠାନର କ୍ରୀଡ଼ା ସଂପାଦକ ଅନିଲ କୁମାର ଧଙ୍ଗଡାମାଝୀ ଓ ତାଙ୍କ ଧର୍ମପତ୍ନୀ ଡଲି ଧଙ୍ଗଡାମାଝୀ ଦାଇତ୍ୱ ନିର୍ବାହ କରୁଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସଦସ୍ୟବୃନ୍ଦ ସହଯୋଗ କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେବଗିରି ପ୍ରାଚୀନ ମହାକାନ୍ତାର ସଭ୍ୟତାର ଧାର୍ମିକ ଓ ସାଂସ୍କୃତିକ ପୀଠସ୍ଥଳୀ ହୋଇଥିବା ବେଳେ ଏହି ସ୍ଥାନରୁ ଖ୍ରୀଷ୍ଟିୟ ଦ୍ବିତୀୟ ଶତାବ୍ଦୀର ଗଣପତି ମୂର୍ତ୍ତି ଉଦ୍ଧାର ହୋଇଛି । ଏହି ସ୍ଥାନ ପଞ୍ଚ ଦେବାଦେବୀ ଉପାସନା ସହ ପ୍ରାଚୀନ ଦେବାଦେବୀ ଆରଧନାର ଅନନ୍ୟ କ୍ଷେତ୍ର ହୋଇଥିବାରୁ ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ଅତି ଆଡମ୍ବର ସହକାରେ ଗଣେଶ ପୂଜା କରାଯାଇଥାଏ । ଦେବଗିରି ଗୁମ୍ଫା ମଧ୍ୟରେ ଥିବା ବୁଢ଼ା ଗଣପତିଙ୍କ ସମେତ ମଠର ସିଦ୍ଧି ବିନାୟକ ମନ୍ଦିରରେ ଆଜି ପ୍ରତ୍ୟୁଷରୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.