ପୁରୁଷୋତ୍ତମପୁର ଏନଏସି ବିଜେପି ସଭାପତି ଚୟନ ପାଇଁ ବୈଠକ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗତକାଲି ପୂର୍ବାହ୍ନରେ ଏକ ସଭା ବିଜେପିର ଘୁମୁସର ଆସ୍କା ଜିଲ୍ଲା ସଭାପତି ଶ୍ରୀ ବିଜୟ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ଘୁମୁସର ଜିଲ୍ଲା ସଭାପତି ତଥା ବର୍ତ୍ତମାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୃଥୀବିରାଜ ମହାପାତ୍ରଙ୍କ ନେତୃତ୍ବରେ ପୂର୍ବତନ ମଣ୍ଡଳ ସଭାପତି ମନୋଜ କୁମାର ମହାପାତ୍ର, ଯୋଗୀନ୍ଦ୍ର ଗୈାଡ, ଟୁକୁନା ବେହେରା, ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା ଏବଂ ସମସ୍ତ ବୁଥ୍ ସଭାପତି, ପୁରାତନ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସର୍ବସମ୍ମତିକ୍ରମେ ଶ୍ରୀ ନିଳାଞ୍ଚଳ ମହାରଣା (ନିଲେସ୍)ଙ୍କୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ଏନ୍ ଏ ସି ବିଜେପିର ନୂତନ ମଣ୍ଡଳ ସଭାପତି ଚୟନ କରି ଅନୁମୋଦନ ପାଇଁ ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଗଲା । ତାଙ୍କର ପାଖରୁ ନିର୍ଦେଶ ଆସିଲା ପରେ ବିଦ୍ଧି ବଦ୍ଧ ଭାବେ ସଭାପତିଙ୍କ ନାମକୁ ଘୋଷଣା କରାଯିବ ଏବଂ ୱାର୍ଡ ଚୟନ କମିଟି ମଧ୍ୟ ଘୋଷଣା ହେବ ବୋଲି ପୃଥ୍ଵୀରାଜ ମହାପାତ୍ର କହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.