ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ପଟଭାଡି ରୁ ଅପହୃତ ବାଳକକୁ ପୁରୀରେ ଠାବ କଲା ପୁଲିସ l ଉତ୍ତରପ୍ରଦେଶ ର ତିନି ଜଣ ଦୁର୍ବୃତ୍ତଙ୍କ ଦ୍ବାରା ଅପହୃତ ନାବାଳକକୁ ଗତରାତି ୧୧ ଟା ରେ ପୁରୀ ମାର୍କେଟ୍ ଛକ ସ୍ଥିତ ମହାୱର ଗେଷ୍ଟ୍ ହାଉସ୍ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଉତ୍ତରପ୍ରଦେଶ ର ବିଷ୍ଣୁ ଯାଦବ, ବିକାଶ ଯାଦବ ଓ ଅନ୍ୟ ଅଭିଯୁକ୍ତ ମାନେ ପୁରୀରୁ ଖସି ଯାଇଛନ୍ତି । ତେବେ ସେମାନେ ବ୍ୟବହାର କରୁଥିବା କାର ଓ଼ ଏକ ମାଉଜରକୁ ଜଗନ୍ନାଥ ବଲ୍ଲଭ ପାର୍କିଂ ରେ ପୋଲିସ ପାଇଛି । ୭ ତାରିଖ ରାତି ସୋନପୁର ସହର ୧୦ ନମ୍ବର ୱାର୍ଡ଼ ର ପଟାଭାଡ଼ିରୁ ବାଳକକୁ ଅପହୃତ କରଯାଇଥିଲା l ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁରୀ ଏସ୍ପି ଏସ ପ୍ରତୀକ ସିଂହ ଓ ସିଟିଡିଏସପି ଙ୍କ ଉଦ୍ୟମ ରେ ବିଭିନ୍ନ ଥାନାର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତନାଘନା ଚଳାଇଥିଲେ l ପୋଲିସ ଡିଜି ଏବଂ ଉତ୍ତରାଞ୍ଚଳ ଆଇଜି ଙ୍କ ତତ୍ୱାବଧାନରେ ପୁରୀ ଓ଼ ସୁବର୍ଣ୍ଣପୁର ଏସପିଙ୍କ ଉଦ୍ୟମରେ ଦୁଇଟି ସାଇବର ଟିମଙ୍କ ପ୍ରଚେଷ୍ଟାରେ ଅପହୃତ ନାବାଳକକୁ ସୁରକ୍ଷିତ ଉଦ୍ଧାର କରିଥିବା ବିଷୟ ଏସପି ପ୍ରକାଶ କରିଛନ୍ତି l ଏ ନେଇ ଆଇଜି ହିମାଂଶୁ ଲାଲ ସୋନପୁର ପୋଲିସ ମୁଖ୍ୟାଳୟରେ ଡେରା ପକାଇଥିଲେ l ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ଏକ ସ୍ବତନ୍ତ୍ର ଟିମ ଆଜି ସକାଳେ ପୁରୀ ପହଞ୍ଚି ପୁରୀ ପୋଲିସ ପାଖରୁ ସୁରକ୍ଷିତ ଭାବେ ଆଣି ସୋନପୁର ଥାନାରେ ଅପହୃତ ନାବାଳକର ବାପା ଶ୍ରଦ୍ଧାକର ନାଏକ ଓ ମାଆ ମନ୍ଦାକିନୀ ନାଏକଙ୍କୁ ହସ୍ତାନ୍ତର କରିଥିବା ବିଷୟ ଆଜି ସଂଧ୍ୟାରେ ସୁବର୍ଣ୍ଣପୁର ଏସପି ଏକ ସାମ୍ୱାଦିକ ସମ୍ମିଳନୀରେ ବାଳକର ବାପା ମା ଆଗରେ ସବୁ ବିଷୟ ସୂଚନା ଦେଇଛନ୍ତି l ଟଙ୍କା ପାଇଁ ଆୟୁଷ କୁ ଅପହରଣ କରି ନିଆଯାଇଥିବା କଥା ଅପହୃତ ନାବାଳକର ବାପା ମାଆ ସୁବର୍ଣ୍ଣପୁର ପୋଲିସକୁ ଓ ସାମ୍ୱାଦିକ ଙ୍କୁ କହିଛନ୍ତି l ସୂଚନା ଯୋଗ୍ୟ ଯେ ସୋନପୁର ସହର ପଟାଭାଡ଼ିର ଉକ୍ତ ବାଳକ ଆୟୁଷ ରବିବାର ନିକଟସ୍ଥ ଏକ ଫାଷ୍ଟଫୁଡ ଦୋକାନକୁ ଚାଉମିନ ଖାଇବାକୁ ଯାଇଥିଲା । ସେଠାରୁ ବାଳକ କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରି ନିଆଯାଇଥିବା ପରିବାର ଲୋକେ ରବିବାର ରାତି ୧୨ ଟା ରେ ଥାନାରେ ଅଭିଯୋଗ କରିଥିଲେ l ଯାହାକି ୨୦ ଲକ୍ଷ ଟଙ୍କା ଦାବୀ କରି ଦୁବୃର୍ତ୍ତ ବାରମ୍ବାର ଫୋନ୍ ଚାର୍ଟିଂ ମାଧ୍ୟମରେ ଶ୍ରଦ୍ଧାକର କୁ ଧମକ ଦେଇଥିବା ବିଷୟ ସୂଚନା ମିଳିଛି l ସୁବର୍ଣ୍ଣପୁର ପୋଲିସ ଏକ ମାମଲା ରୁଜୁ କରି ତିନି ଗୋଟି ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଛାନଭିନ ଜାରି ରଖିଥିଲା ବୋଲି ଏସପି ନାରାୟଣ ନାଏକ ଏହି ସମ୍ମିଳନୀରେ ସୂଚନା ଦେଇଛନ୍ତି l ପଳାତକ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିବା ବେଳେ ଅଭିଯୁକ୍ତ ଧରାହେଲେ ଅପହରଣର ଅସଲ କାରଣ ଜଣାପଡିବ ବୋଲି ଏସପି କହିଛନ୍ତି l





