ରାଜ୍ୟସ୍ତରୀୟ ଟାଇକ୍ବୋଣ୍ଡୋ ଏବଂ ଉଷୁ ପ୍ରତିଯୋଗିତା; ଧରବଗଡ଼ ହାଇସ୍କୁଲ ଛାତ୍ରଙ୍କ କୃତିତ୍ୱ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍କୁଲ ସମୂହର ଟାଇକ୍ୟୋଣ୍ଡୋ ଏବଂ ଊଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗିର ଜିଲ୍ଲାର ସଇଁତଳା ବ୍ଲକ୍ ଅନ୍ତର୍ଗତ ଧରବଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଅଦଭୁତ କ୍ରିଡାଦକ୍ଷତା ପ୍ରଦର୍ଶନ କରି ସମଗ୍ର ଅଞ୍ଚଳର ଗର୍ବ ବଢ଼ାଇଛନ୍ତି । ଏହି ପ୍ରତିଯୋଗିତାରେ ଛାତ୍ର ୟତରାଜ ପଧାନ ସୁର୍ଣ୍ଣ ପଦକ ଏବଂ ଅଜୟ ଭୋଇ କାଂସ୍ୟ ପଦକ ଲାଭ କରିଛନ୍ତି। ଏହି ସଫଳତାର ପଛରେ ବିଦ୍ୟାଳୟର କ୍ରିଡା ଶିକ୍ଷକ ଚନ୍ଦ୍ର ଶେଖର ବାହୁକଙ୍କର କଠିନ ପ୍ରଶିକ୍ଷଣ, ଏବଂ ନିରନ୍ତର ପ୍ରେରଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଶିକ୍ଷକ ଓ ଅଭିଭାବକମାନେ ଏହି ସଫଳତାରେ ଅପାର ଆନନ୍ଦ ପ୍ରକାଶ କରିଛନ୍ତି। ଏହି ପ୍ରତିଭାଶାଳୀ ଛାତ୍ରମାନେ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଦ୍ୟାଳୟ, ଅଞ୍ଚଳ ଓ ରାଜ୍ୟର ନାମକୁ ଉଜ୍ଜ୍ୱଳ କରିବେ ବୋଲି ସମସ୍ତେ ଆଶା ପ୍ରକଟ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.