ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଲାଞ୍ଜିଗଡ଼ ତଥା ପଡୋଶୀ ପଞ୍ଚାୟତର ଜନସାଧାରଣଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ଼ ରାଜା ଶ୍ରୀ ସୁରେନ୍ଦ୍ର ପ୍ରତାପ ସିଂଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚନ୍ଦ୍ରଧ୍ଵଜ ପେଶନିଆ ଏହି ସଭାର ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ସ୍ଥାପନ କରିବା, ଲାଞ୍ଜିଗଡ଼କୁ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଘୋଷଣା, ସରକାରଙ୍କ ଦ୍ଵାରା ଘୋଷିତ ଲାଞ୍ଜିଗଡ଼ ଆଇଟିଆଇ ପ୍ରତିଷ୍ଠା, ଲାଞ୍ଜିଗଡ଼ ଠାରେ ରେଜିଷ୍ଟର ଓ ଟ୍ରେଜରି ଅଫିସ୍ ପ୍ରତିଷ୍ଠା,ଲାଞ୍ଜିଗଡ଼ ଠାରେ ଅତିରିକ୍ତ ତହସିଲ ଅଫିସ ପ୍ରତିଷ୍ଠା, ବସ୍ ଷ୍ଟାଣ୍ଡ ନିର୍ମାଣ, ଲାଞ୍ଜିଗଡ଼ ଠାରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉନତିକରଣ କରିବା, ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ଇତ୍ୟାଦି ଉପରେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିବା ଆଦି ରହିଥିଲା। ଏହି କାର୍ଯ୍ୟଗୁଡ଼ିକ ଆଗେଇ ନେବା ପାଇଁ ଏକ ଉନ୍ନୟନ ପରିଷଦ ଗଠନ କରିବା ଓ ତାର ନାମ କରଣ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ସର୍ବସମ୍ବତି କ୍ରମେ “ଆଞ୍ଚଳିକ ଉନ୍ନୟନ ପରିଷଦ ଲାଞ୍ଜିଗଡ଼” ରଖାଯାଇଥିଲା। ଏହି ପରିଷଦକୁ ପରିଚାଳନା କରିବା ପାଇଁ ଏକ ଗଭର୍ଣିଂବଡି କମିଟି ଗଠନ ହୋଇଥିଲା ଗଭର୍ଣିଂବଡି ବୋର୍ଡ ଶ୍ରୀଧର ପେଶନିଆ ସଭାପତି, ରାଜେନ୍ଦ୍ର ପ୍ରତାପ ସିଂଦେଓ କାର୍ଯ୍ୟକାରୀ ସଭାପତି, ଶ୍ରୀମୁଖ ଅଗସ୍ତି ସାଧାରଣ ସମ୍ପାଦକ, ଅଶୋକ କୁମାର ପଟ୍ଟନାୟକ ସହ ସମ୍ପାଦକ,ଶିଶିର ପୁଝାରୀ ସହ ସମ୍ପାଦକ, ଭୂପେନ୍ଦ୍ର ମହରଥା ସହ ସମ୍ପାଦକ, ସୁବାସ ଅଗ୍ରୱାଲ କୋଷାଧ୍ୟକ୍ଷ, ସୁବାସ ଚନ୍ଦ୍ର ମହାପାତ୍ର ସହ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ସେହିପରି ଆବାହକ ସୁରେନ୍ଦ୍ର ପ୍ରତାପ ସିଂଦେଓ, ଚନ୍ଦ୍ରଧ୍ଵଜ ପେଶନିଆ ରହିଥିବା ବେଳେ ଆଇନ ପରାମର୍ଶଦାତା ସିଦ୍ଧାର୍ଥ ନାୟକ, ଆଇନଜିବୀ ଅନ୍ ୱାର ଭାରତୀ ରହିଛନ୍ତି। ଉପଦେଷ୍ଟା କମିଟିରେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ଵତୀ ମୁଣ୍ଡା, ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ, ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ଜଗନ୍ନାଥପୁର ସରପଞ୍ଚ ମୁଗୁନା ମାଝୀ, ବାତେଲିମା ସରପଞ୍ଚ କରୁଣା ମାଝୀ, ତ୍ରିଲୋଚନପୁର ସରପଞ୍ଚ ରହିଥିବା ବେଳେ କାମରାଜ ଦଳବେହେରା, ସେନାପତି ନାଏକ, ବିପିନ୍ ପଟ୍ଟନାୟକ, ଧାନ ମାଝୀ, ହରେକୃଷ୍ଣ ଯୋଷୀ, ତ୍ରିନାଥ ମହାଖୁଡ, ମିଡ଼ିଆ ସେଲ୍ ପରିଚାଳନା କମିଟି ଭାବେ କ୍ଷମାନିଧି ମହାଖୁଡ଼, ଏମ୍. ଚନ୍ଦ୍ରଶେଖର, ମହେଶ୍ବର ପତି ଅଛନ୍ତି।ଏହା ବ୍ୟତୀତ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା। ଆସନ୍ତା ବିଜୟୀ ଦଶମୀ ଓ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏହି କମିଟିକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ଲାଞ୍ଜିଗଡ଼ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟକରିବେ ବୋଲି ସର୍ବସମ୍ବତି କ୍ରମେ ସ୍ଥିର କରାଗଲା।ପରିଶେଷରେ ପରିଷଦର ନୂତନ ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।





