ଓଡ଼ିଆ ବାର୍ତ୍ତା/ ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମା ଶାରଳା ଫାଉଣ୍ଡେସନ’ର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ କୁମାର ଉତ୍ସବ ସମିତି ପ୍ରାଙ୍ଗଣ ତିର୍ତ୍ତୋଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଅନେକ ବିଶିଷ୍ଟ ସମାଜସେବୀ, ସାମ୍ବାଦିକ, ଶିଶୁ କଳାକାର, ସ୍ଥାନୀୟ ଲୋକପ୍ରତିନିଧି ଏବଂ ସ୍ଵେଚ୍ଛାସେବୀ ସଂଗଠନକୁ ସମ୍ମାନିତ କରାଯାଇଥିଲା। ଏହି ବାର୍ଷିକ ଉତ୍ସବରେ ଓଡ଼ିଶାର ବିଭିନ୍ନ ସାମାଜିକ ଅନୁଷ୍ଠାନକୁ ମା ଶାରଳା ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ସେହି କ୍ରମରେ କଟକ ଜିଲ୍ଲାର ରାଧା ମାଧବ ନିଶୁଳ୍କ ଶିକ୍ଷା ନିକେତନକୁ ମଧ୍ୟ ମା ଶାରଳା ସେବା ସଂମ୍ମାନ ରେ ସମ୍ମାନିତ କରାଯାଇଥିଲା। ରାଧା ମାଧବ ଶିକ୍ଷା ନିକେତନର ପ୍ରତିଷ୍ଠାତ୍ରୀ ଲଷ୍ମୀପ୍ରିୟା ସେଠି, ପ୍ରଦ୍ୟୁମ୍ନ ଜେନା, ଶୁଭଙ୍କର ସେଠି, ଜଗଦୀଶ ରାଉତ ଯୋଗଦାନ କରି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସୋନାଲି ମହାନ୍ତିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା।





