ଅବହେଳିତବର୍ଗର ରାସ୍ତା ନିର୍ମାଣ ପାଇଁ ତଦନ୍ତ କଲେ ସଦର ବିଡିଓଙ୍କ ସହ ଏକ ସ୍ୱତନ୍ତ୍ର ଟିମ୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ଗ୍ରାମପଂଚାୟତ ଅଧୀନରେ ଥିବା ଜମ୍ବେଶ୍ୱରପୁର ଗ୍ରାମର ପୂର୍ବପଟ ଜନଜାତି, ଉପଜାତି ଓ ଆର୍ଥିକ ଅନଗ୍ରସର ବର୍ଗକୁ ନେଇ ଗଢ଼ା ତିନୋଟି ବସ୍ତିକୁ ସଂଯୋଗ କରୁଥିବା ଗ୍ରାମର ପ୍ରମୁଖ ରାସ୍ତା ଡାକ୍ତର ପରମାନନ୍ଦ ସେଠୀଙ୍କ ଘର ଠାରୁ ଭାୟା ହରିସଭା ଗୃହ ଦେଇ ଲାଇବ୍ରେରୀ ଖାଲ ପର୍ଯ୍ୟନ୍ତ ଅଧକିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ରାସ୍ତାଟି ଦୀର୍ଘଦିନ ଧରି ଅବହେଳିତ, କର୍ଦମାକ୍ତ, ବ୍ୟବହାର ଅନୁପଯୁକ୍ତ ମରଣଯନ୍ତା ପାଲଟିଥିଲା। ତିରିଶିରୁ ଅଧିକ ପରିବାରର ଛାତ୍ରଛାତ୍ରୀ, କୃଷକ, ଶ୍ରମିକ, ଭିନ୍ନକ୍ଷମ ବାସିନ୍ଦାଙ୍କ ନିୟମିତ ବ୍ୟବହାର କରୁଥିବା ରାସ୍ତାଟିର ଦୂରାବସ୍ଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ, ସମାଜ ପାଇଁ ଉତ୍ସର୍ଗୀକୃତ ସଂଗଠନ ‘ଆଞ୍ଚଳିକ ସୁରକ୍ଷା ମଞ୍ଚ’ର ସଭାପତି କମଳ ଲୋଚନ ରାଉତଙ୍କ ସହିତ ସଂଗଠନର କର୍ମକର୍ତ୍ତାମାନେ ସହଯୋଗର ହାତ ବଢ଼ାଇଥିଲେ। ସେମାନଙ୍କର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ପରିଦର୍ଶନରେ ଆସି ପରିସ୍ଥିତିର ଗୁରତ୍ୱକୁ ଉପଲବ୍ଧି କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଆଶୁ ନିର୍ମାଣ ନହେଲେ ଅବହେଳିତ ବର୍ଗର ମୌଳିକ ଅଧିକାର ଲାଭ ପାଇଁ ଜନ ଆନ୍ଦୋଳନ ଓ ଧାରଣା ଦେବା ପାଇଁ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ସେହି ବସ୍ତିରେ ଭିନ୍ନକ୍ଷମ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ପ୍ରତିଭାବାନ ଭିନ୍ନକ୍ଷମ କ୍ରୀଡ଼ାବିତ ସୁଧାକର ସେଠୀଙ୍କ ପୈତୃକ ଗୃହ ରହିଛି । ସେ ୯୦ ଶତକଡା ଅସ୍ଥିଶଲ୍ୟ ଭିନ୍ନକ୍ଷମ ହୋଇଥିବା ସ୍ଥଳେ ରାସ୍ତାଟି ଏମିତି ଅବହେଳିତ ହୋଇ ପଡିବା ଓ ସ୍ଥାୟୀ ନିର୍ମାଣ ନହେବା ଅଞ୍ଚଳବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି। କାଦୁଅ ପଚପଚ ସଡ଼କ ହେତୁ ବସ୍ତିର ପିଲାମାନଙ୍କୁ ପାଠ ପଢିବାକୁ ଯିବା କଷ୍ଟକର ହୋଇ ପଡିବା ସହ କୌଣସି ଜରୁରୀ କାଳୀନ ଗାଡି ସେବା ପ୍ରଦାନ ପାଇଁ ବସ୍ତି ଭିତରେ ପଶିପାରୁ ନାହିଁ। ଶଯ୍ୟାଶାୟୀ ବାୟସାଧିକ୍ୟ ପାଇଁ ଆଶୁ ସେବା ଏହି ପରିସ୍ଥିତିରେ କୌଣସିମତେ ସମ୍ଭବ ନୁହେଁ।

ସୂଚନାଯୋଗ୍ୟ ଯେ, ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ସଦର ବିଡିଓଙ୍କ ସହ ନଅ ଜାଣିଆ ସ୍ୱତନ୍ତ୍ର ଟିମ୍ ଙ୍କ ସହ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ସତ୍ୟନାରାୟଣ ଆଚାର୍ଯ୍ୟ ସ୍ଥାୟୀ ନିର୍ମାଣ ପାଇଁ ଆବେଦନ କରା ଯାଇଥିବା ରାସ୍ତାକୁ ବୁଲି ଦେଖିବା ସହ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ରାସ୍ତାଜନିତ ସମସ୍ୟାରେ ପୀଡିତ ଅଧିବାସୀ ବନପ୍ରଭା ପ୍ରଧାନ, କିଶୋର କୁମାର ବେହେରା, ବାସନ୍ତୀ ପ୍ରଧାନ, ଅଜୟ ଦାସ, ଜିତେନ୍ଦ୍ର ଦାସ, ଜ୍ଞାନମଣୀ ବେହେରା, ନିଶାକର ସେଠୀ ପ୍ରମୁଖ ଯାତାୟାତ ଅନୁପଯୋଗୀ ଗ୍ରାମାଞ୍ଚଳ ରାସ୍ତାଟି ସ୍ଥାୟୀ ପକା ସଡ଼କ ନିର୍ମାଣ ପାଇଁ ଜଣାଇଥିଲେ। ସଦର ବିଡ଼ିଓ ଯାତାୟାତ ଅନୁପଯୁକ୍ତ ରାସ୍ତାଟିର ପରିସ୍ଥିତି ସୁଧାରିବା ପାଇଁ ଆଶୁ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ଖବରଟି ବସ୍ତି ବାସିନ୍ଦାଙ୍କ ମନରେ ଆଶାର ଆଲୋକ ଦେଇଛି। ଏଥି ସହିତ ପୋଖରୀ ଖନନ ବାହାନାରେ ବସ୍ତିର ବାସିନ୍ଦାଙ୍କ ପୁର୍ବ ପୁରୁଷରୁ ବ୍ୟବହୃତ ସ୍ଥାୟୀ ରାସ୍ତାକୁ ସ୍ଥାନୀୟ ସରପଞ୍ଚ ପଙ୍କ ପକାଇ ଅବରୋଧ କରିବା, ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ଅର୍ଥ କାମ ନକରାଇ ହଇରାଣ କରିବା ଉପସ୍ଥିତ ବିଡ଼ିଓଙ୍କୁ ଗ୍ରାମବାସୀ ମନେ ଦୁଃଖର ସହ ଜଣାଇଥିଲେ। ଜଣେ ଜନ ପ୍ରତିନିଧିଙ୍କ ଏଭଳି ନକାରାତ୍ମକ ମାନସିକତା ସମସ୍ତେ ହୃଦୟଙ୍ଗମ କରିଥିଲେ। ଅବହେଳିତ ବସ୍ତିର ନବନିର୍ମାଣ ଅପେକ୍ଷାରେ ଥିବା ରାସ୍ତା ଆଶୁ ନିର୍ମାଣ ପାଇଁ ସଦର ବିଡ଼ିଓଙ୍କ ପ୍ରତିଶୃତି, ବସ୍ତିବାସିନ୍ଦାଙ୍କୁ ଆଶାରେ ଆଲୋକ ଦେଖାଇଛି।ବିଳମ୍ବିତ ଅପରାହ୍ନରେ ପ୍ରତିକୂଳ ପାଗ ସତ୍ୱେ ସାହାଯ୍ୟ, ସେବା ପ୍ରଦାନ କରିବାର ମାନସିକତା ନେଇ ଆସିଥିବା ବାଲେଶ୍ୱର, ସଦର ବିଡିଓ ଓ ସହଯୋଗୀ ନଅ ଜଣିଆ ପ୍ରତିନିଧି ଦଳ ସହ ଦୁର୍ଦିନର ସାଥି ଆଞ୍ଚଳିକ ସୁରକ୍ଷା ମଞ୍ଚର ସଭାପତି ଓ କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଗ୍ରାମବାସୀଙ୍କ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.