ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ରେ ପାଳିତ ହେଲା ସମ୍ବିଧାନ ଦିବସ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ ଠାରେ ବୁଧବାର ଦିନ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଦେବରାଜ ଗଣ୍ଡଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓ ଉପସ୍ଥିତ ରହି ସମ୍ବିଧାନର ମୂଲ୍ୟବୋଧ ଏବଂ ଏହାର ଆହ୍ବାନ ଓ ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଲିପୁଚନ୍ଦ୍ର ସାହୁ ଭାରତୀୟ ସମ୍ବିଧାନର ପ୍ରସ୍ତାବନାର ଗୁରୁତ୍ୱ ତଥା ତାହାର ସନ୍ଦେଶ ବିଷୟରେ ବିଶଦ ଆଲୋଚନା କରିଥିଲେ ।  ଅନ୍ୟତମ ରାଜନୀତି ବିଜ୍ଞାନ ଅଧ୍ୟାପକ ଡଃ ରାଜେଶ ସାହୁ ସମ୍ବିଧାନର ଯଥାର୍ଥ କାର୍ଯ୍ୟକାରିତା ଉପରେ ସମସ୍ତେ ଗୁରୁତ୍ୱ ଦେଲେ ଦେଶ ପ୍ରଗତି ପଥରେ ଆଗେଇବ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଶତାଧିକ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଭା ଶେଷରେ ଛାତ୍ରୀ ଘୁଙ୍ଗୁର ଦୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.