ବାଲେଶ୍ୱର ଲୋକ ମହୋତ୍ସବର ଅଷ୍ଟମ ସନ୍ଧ୍ୟା: କଣ୍ଠଶିଳ୍ପୀ ନଭ୍ୟାଙ୍କ ସଂଗୀତରେ ଝୁମିଲେ ଦର୍ଶକ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଚାଲିଥିବା ‘ବାଲେଶ୍ୱର ଲୋକ ମହୋତ୍ସବ’ର ଅଷ୍ଟମ ସନ୍ଧ୍ୟାରେ ଆୟୋଜିତ ସଭାରେ ଉପସଭାପତି ସୌଭାଗ୍ୟ ମାନସ ନାୟକଙ୍କ ସଭାପତତ୍ବ କରିଥିଲେ।

ଏହି ସଭାରେ ଅତିଥି ଭାବେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଯୋଗ ଦେଇଥିବା ବେଳେ ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ୍, ଆରସିଏଫ୍ ର ସ୍ଵାଧୀନ ନିର୍ଦ୍ଦେଶକ ସିପ୍ରା ବାଜପେୟୀ, ଏସବିଆଇର ମୁଖ୍ୟ ପରିଚାଳକ ସତ୍ୟସେସ ପଟ୍ଟନାୟକ ଉପସ୍ଥିତ ଥିଲେ।

କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ ମଞ୍ଚ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ଉପଦେଷ୍ଟା ପ୍ରକାଶ ନାୟକ, ସୂର୍ଯ୍ୟକାନ୍ତ କର, କୋଷାଧ୍ୟକ୍ଷ ନିଶୀଥ ବାରିକ, କାର୍ଯ୍ୟକାରୀ ସଦସ୍ୟ ଜିତେନ୍ଦ୍ର ମହାଳିକ, ସମ୍ବିତ ବିଶ୍ଵାଳ, ଝାଡେଶ୍ୱର ଜେନା, ହ୍ରିତିକ ନାୟକ, ସଞ୍ଜୟ ଦାସ୍, ଗୁରୁପ୍ରସାଦ ମିଶ୍ର, ଅନୁଜ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଶେଷରେ ସଂପାଦକ ତାପସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ବିଶ୍ୱଜିତ ପରମାଣିକ, ଅସିତ ଦାସ, ସଞ୍ଜୟ ସାମନ୍ତ, ସୀମନ ଦାସ ମହାପାତ୍ର, ବିକାଶ ପାଢ଼ୀ, ରାଜେଶ ମହାକୁଡ଼, ଜଗନ୍ନାଥ ପାଣିଗ୍ରାହୀ, ସିଲାବ ସତ୍ୟକମ୍, ସମ୍ୟ ରଞ୍ଜନ ଯାଦବ, ସତ୍ୟ ପ୍ରକାଶ ପତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଏହି ମହୋତ୍ସବରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ଆସି ପାଖାପାଖୂ ୩୦୦ରୁ ଅଧୂକ ଷ୍ଟଲ ଖୋଲିଛନ୍ତି। ଏହି ସହିତ ମୀନାବଜାର, ରାମଦୋଳି, ଜଳପରୀ ବିଶେଷ ଆକର୍ଷଣ ସାଜିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ଵନାମଧନ୍ୟ କଣ୍ଠଶିଳ୍ପୀ ନଭ୍ୟା ଜାଇତି ଅଷ୍ଟମ ସଂଧ୍ୟାରେ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଲୋକ ମହୋତ୍ସବ ଆସନ୍ତାକାଲି ଉଦଯାପିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.