ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବେହେରା ପୋଲ ଗାର୍ଡୱାଲରେ ହୋଇଥିବା ଗାତକୁ ମରାମତି କରିଛି ପୂର୍ତ୍ତ ବିଭାଗ। ସୂଚନାଯୋଗ୍ୟ କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ବେହେରା ପୋଲକୁ ଲାଗି ରହିଥିବା ଗାର୍ଡୱାଲରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିଲା। ବର୍ଷା ଦିନରୁ ଏହି ଗାତ ସୃଷ୍ଟି ହୋଇ ବିଶାଳ ଘାଇ ସୃଷ୍ଟି କରିଥିଲା। ରାସ୍ତାର ପିଚୁକୁ ଲାଗି ତଳକୁ ପ୍ରାୟ ୪ରୁ ୬ଫୁଟ୍ ଗାତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତଥା ପଥଚାରୀ, ମାଲ୍ ବୋଝେଇ ଟ୍ରକ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଥିଲେ। ଏନେଇ ୨୦ ତାରିଖରେ ବିଭିନ୍ନ ଗଣମାଧ୍ୟମରେରେ ଖବର ପ୍ରକାଶ ପାଇବା ପରେ କଳାହାଣ୍ଡି ପୂର୍ବ ବିଭାଗ ତତ୍ପରତା ଦେଖାଇଛି। ଗୁରୁବାର ଏହି ଗାତକୁ ବିଭାଗ ପକ୍ଷରୁ ମରାମତି କରାଯାଇଛି। ତେବେ ମରାମତି ହେବାପରେ ଅଞ୍ଚଳବାସୀ ତଥା ପଥଚାରୀ ମାନେ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।





