୨୯ରୁ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଟାଉନ ହଲ ଠାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚୀନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଖରିଫ ୨୦୨୫ ର ଧାନକିଣାକୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ ପରିଡା, ଧର୍ମଗଡ ଉପଜିଲ୍ଲପାଳ ପ୍ରେକ୍ଷା ଅଗ୍ରୱାଲ, ଡିଆରସିଏସ ସୌରଭ କର, ଏସସିଆରସିଏସ,ଚିଫ୍ ସିଏସଓ ସୁଜାତା ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ମଣ୍ଡି ଗୁଡିକର ଦାଇତ୍ୱରେ ରହିଥିବା ସୁପରଭାଇଜର (ବିଡିଓ ଓ ତହସିଲଦାର) ନୋଡାଲ ଅଫିସର (ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ଆରଆଇ) ପ୍ୟାକ୍ସ ସମ୍ପାଦକ, ଧାନକିଣା ଦାଇତ୍ୱରେ ରହିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା। ନର୍ଲା ବିଡିଓ ବିପିନ ବିହାରୀ ଦୀପ, ତହସିଲଦାର ବିଭୁ ପ୍ରସାଦ ସିଂ, ମ ରାମପୁର, ଲାଞ୍ଜିଗଡ, କେସିଙ୍ଗା, କର୍ଲାମୁଣ୍ଡା ପ୍ରଭୃତି ବ୍ଲକ ର ବିଡିଓ ଓ ତହସିଲଦାର ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ। ଅଳ୍ପଦିନ ତଳେ ଜିଲ୍ଲା ସ୍ତରୀୟ ଡିଏଲପିସି ମିଟିଂରେ ନଭେମ୍ବର ୨୯ ରୁ ଜିଲ୍ଲାରେ ପ୍ୟାକ୍ସ ଗୁଡିକ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜରିଆରେ ଚାଷୀଙ୍କ ଠାରୁ ଧାନ କିଣିବା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତି ହୋଇଥିବା ଉପଜିଲ୍ଲାପାଳ କହିଥିଲେ। ଚଳିତ ବର୍ଷ ମଣ୍ଡି ଗୁଡିକ ଦାଇତ୍ୱରେ ରହିଥିବା ୨୩୩ ନୋଡାଲ ଅଫିସର ଏବଂ ୪୧ ଜଣ ସୁପର ଭାଇଜର(ବିଡିଓ ଓ ତହସିଲଦାର), ନୋଡାଲ ଅଫିସର ଆପ ଗୁଡିକ ଜରିଆରେ ସେମାନଙ୍କ ଉପସ୍ଥିତି ପ୍ରଦାନ କରିବେ। ଏବଂ ମଣ୍ଡି ଗୁଡିକରେ ଦେଖା ଯାଉଥିବା ସମସ୍ୟା ଗୁଡିକ ନିଜ ସ୍ତରରେ ସମାଧାନ କରିବା ପାଇଁ ଚେଷ୍ଟା କରିବେ ନୋଡାଲ ଅଧିକାରୀ ମାନେ। ଯଦି ସମାଧାନ ନହୁଏ ତାହେଲେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଅବଗତ କରିବେ। ଟୋକନ ତାରିଖ ଅନୁଯାୟୀ ପ୍ରଥମେ ମଣ୍ଡିକୁ ଧାନ ଆଣିଥିବା ଚାଷୀଙ୍କ ଧାନ ପ୍ରଥମେ ଉଠାଣ କରାଯିବ। ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଧାନ ଲିଫଟିଙ୍ଗ କରାଯିବ। ମଣ୍ଡି ଗୁଡିକରେ ବିଜୁଳି ବୟବସ୍ଥା ନିଶ୍ଚୟ ରହିବା ବିଧେୟ। ଚାଷୀ ରାତ୍ରୀ ଯାପନ କଲେ ସେମାନଙ୍କୁ କମ୍ବଳ ପ୍ରଦାନ କରିବେ ପ୍ୟାକ୍ସ କତ୍ତୃପକ୍ଷ। ଚଳିତ ସିଜନରେ ଶୀତ ଲହର ଜାରି ରହୁଥିବାରୁ ଧାନ ଆଣିଥିବା ଚାଷୀଙ୍କୁ ଚା ଏବଂ ଉଷୁମ ପାଣିର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଚାଷୀ ଯେମିତି ହଇରାଣ ନହୁଏ ସେଥିପ୍ରତି ସମସ୍ତ ଅଧରକାରୀ ଓ ପ୍ୟାକ୍ସ କତ୍ତୃପକ୍ଷ ଯତ୍ନବାନ ହେବେ ବୋଲି ଜିଲ୍ଲାପାଳ କହିଥିଲେ। ଯେହେତୁ ପ୍ଲାଷ୍ଟିକ ଜରି ବସ୍ତାକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି ଏଣୁ ଚାଷୀଙ୍କୁ ଅଖାବସ୍ତା ଯୋଗାଇ ଦେବାରେ ଯେମିତି ଅବହେଲା ନହୁଏ ସେଥିପ୍ରତି ସମସ୍ତେ ଯନରବାନ ହେବାକୁ ପଡିବ ବୋଲି ଜିଲ୍ଲାପାଳ ସୂଚିତ କରିଥିଲେ। କଳାହାଣ୍ଡିରେ ରହିଥିବା ଚାରିଗୋଟି ଆରଏମସି ତରଫରୁ ପ୍ୟାକ୍ସ ଗୁଡିକୁ ଧାନ କିଣାରେ ବ୍ୟବହୃତ ଓଜନ ମେସିନ, ଡିଜିଟାଲ ଆଦ୍ରତା ପରିମାପକ ଯନ୍ତ୍ର ଗୁଡିକ ଯୋଗାଇ ଦିଆଗଲାଣି। ସରକାରଙ୍କ ବହୁବିଧ ଯୋଜନା ଗୁଡିକ ମଧ୍ୟରେ ପ୍ରତିବର୍ଷ ଧାନକିଣା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ବୋଲି ଏଆରସିଏସ କହିଥିଲେ। ଭବାନୀପାଟଣା ଆରଏମସି ସମ୍ପାଦକ ଦାଇତ୍ୱରେ ରହିଥିବା କେସିଙ୍ଗା ଆରଏମସି ସମ୍ପାଦକ ମଣ୍ଡି ଦାଇତ୍ୱରେ ରହିଥିବା ଅଧିକାରୀ ମାନେ ଆପ ଜରିଆରେ କେମିତି କାମ କରିବେ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ। ପୁରୁଣା ଆପ ରହିଥିଲା। ଏହାକୁ ଉନ୍ନତ ମାନ କରିବା ପାଇଁ ମରାମତି କାମ ଚାଲିଛି। ଆଉ ଦୁଇଦିନ ମଧ୍ୟରେ ଆପ ଉପଲବ୍ଧ ହେବ। ସମସ୍ତେ ପ୍ଲେଷ୍ଟୋରରୁ ଏହାକୁ ଡାଉନଲୋଡ କରି ବ୍ୟବହାର କରିବେ ବୋଲି ବିସ୍ତୁୃତ ଭାବରେ ଏହାର ବ୍ୟବହାର ପ୍ରଣାଳୀ ଉପରେ ବୁଝାଇଥିଲେ। ଏତେସବୁ ତାଲିମ, ମିଟିଂ ଓ ବ୍ୟବସ୍ଥା ଯୋଜନା ହୋଇ ମଧ୍ୟ ପ୍ରତିବର୍ଷ ମଣ୍ଡିରେ ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକ ଫେଲ ମାରି ଆସୁଥିବା ଦେଖିବାକୁ ମିଳୁଛି। ଅନେକ ମଣ୍ଡିରେ ମୌଳିକ ସୁବିଧା ଲାଇଟ ଓ ପାଣି ନଥିବା ମଧ୍ୟ ଅନେକ ସମୟରେ ଦୃଶ୍ୟମାନ ହୋଇଥାଏ। ହେଲେ ଦେଖାଯାଉ ଚଳିତ ୨୦୨୫ ଖରିଫ ଧାନ କିଣାରେ ପ୍ରଶାସନ ଧାନକିଣା ପ୍ରକ୍ରିୟା କେତେ ଶୃଙ୍ଖଳିତ ଭାବରେ କରିବାରେ ସଫଳ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.