ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ୍ କେନ୍ଦୁପତ୍ର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଡିଏଫଓ ପ୍ରଦୀପ ମୀରାସେ, ପାଟଣାଗଡ଼ ଏସିଏଫ ପ୍ରଭାତୀ ସେଠି, ଟିଟିଲାଗଡ଼ ଡିଏଫଓ ରୁପଚନ୍ଦ ସୋରେନ, ଟିଟିଲାଗଡ଼ ଏସିଏଫ ସୋମନାଥ ବେହେରା, ଜିଲ୍ଲା ନିଯୁକ୍ତି ଅଧିକାରୀ ପଦ୍ମିନୀ ସାହୁ, ଏରିଆ ମ୍ୟାନେଜର ଅରୁଣ ସାହୁ, ସଇଁତଲା ସରପଞ୍ଚ ସୁବ୍ରତ ନାଗ ଯୋଗ ଦେଇଥିଲେ| ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ତଥା ସେମାନଙ୍କ ଦକ୍ଷତା ବିକାଶ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥିମାନେ ମତ ଦେଇ ଥିଲେ | ସଇଁତଲା ବ୍ଲକ ଅଞ୍ଚଳରୁ ୪୫ ଜଣ ଯୁବକ ଯୁବତୀ ଯୋଗ ଦେଇଥିଲେ | ସରକାରଙ୍କ ପକ୍ଷରୁ ଶିକ୍ଷିତ ଯୁବକ ଯୁବତୀଙ୍କୁ ୩ ମାସ ପର୍ଯ୍ୟନ୍ତ ନିଃଶୁଳ୍କ ତାଲିମ ଦିଆଯିବ | ଏହା ସହ ସେମାନଙ୍କ ଲାଗି ରହିବା ଖାଇବା ବ୍ୟବସ୍ଥା ମଧ୍ୟ କରାଯିବ | ଏହି କାର୍ଯ୍ୟକ୍ରମରେ ହେମସାଗର ସାହୁ, ଫରେଷ୍ଟର ପୁଷ୍ପାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ଥିଲେ |





