ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଆସନ ଡିସେମ୍ବର ୧ ରୁ ୫ ପର୍ଯ୍ୟନ୍ତ କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ହେବାକୁ ଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ରେ ଭାଗନେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡାର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ l ସେଠାରେ ସେ ଆଦିବାସୀ ସଂସ୍କୃତି ତଥା ପଶ୍ଚିମ ଓଡ଼ିଶାର ଐତିହ୍ୟ ଉପରେ ଆଧାରିତ କଳା ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି l





