ଚି଼ଚୈଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଚି଼ଚୈଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖା ଆନୁକୂଲ୍ୟରେ ଅନ୍ତର୍ଭୁକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ବିରକିଶୋର ମେହେରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କରଚଳା ର ଅଧ୍ୟାପକ କ୍ୟାପଟେନ ଶ୍ରୀ ଭବାନି ଶଙ୍କର ପଣ୍ଡା, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ଅଧ୍ୟାପକ ଶ୍ରୀ ସଂଜୀବ କୁମାର ମୁଣ୍ଡ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ରେଡ଼କ୍ରସର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସ୍ତରୀୟ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିବା ସ୍ବେଛାସେବୀ ଦିଗାମ୍ବର ବେହେରା ଓ ସଂଜୀବ ପୂଝାରୀଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେଡ଼କ୍ରସ ପତାକା ଉତ୍ତୋଳନ ଓ ମହିଳା ସ୍ବେଛାସେବୀ ମାନଙ୍କ ଦ୍ୱାରା ଉଦବୋଧନୀ ସଂଗୀତ ପରିବେଷଣ ହେଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ କାଳି ଚରଣ ଖାଡ଼ଙ୍ଗା ମଞ୍ଚ ସଂଚାଳନ କରିଥିବା ବେଳେ ଯୁବ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପକ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ଅଧ୍ୟାପକ ରାଜେଶ କୁମାର ମୁଣ୍ଡ, ରାଜକିଶୋର ସାହୁ, ସୁଶାନ୍ତ ମୁଣ୍ଡ, ରାକେଶ ମେହେର ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.