ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେଲା ଏଡ୍ସ୍ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କରେ ଜିଲ୍ଲାସ୍ତରୀୟ ଆଲୋଚନା ସଭା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଡିଟିୟୁ ହଲ୍‌ରେ ଜିଲ୍ଲା ଏଡ୍ସ୍ ପ୍ରତିରୋଧ ଓ ନିୟନ୍ତ୍ରଣ ସମିତି (DAPCC), ଜିଲ୍ଲା ସ୍ତରୀୟ ଫାସ୍ଟ ଟ୍ରାକ୍ EMTCT କମିଟି ମିଟିଂ ଏବଂ NACP-V ଅନ୍ତର୍ଗତ Community System Strengthening (CSS) ପାଇଁ District Community Resource Group (DCRG) ଗଠନ ସମ୍ବନ୍ଧିତ ବ୍ୟାପକ ଆଲୋଚନା ସଭା ଡିଏପିସିୟୁ (DAPCU) ଦ୍ଵାରା ଆୟୋଜିତ ହୋଇଯାଇଛି।

ଏହି ସଭାରେ ଜିଲ୍ଲାର ଜାତୀୟ ଏଚଆଇଭି ଓ ଏଡ୍ସ (HIV/AIDS) ନିୟନ୍ତ୍ରଣ କାର୍ଯ୍ୟକ୍ରମର ସ୍ଥିତି, ଆଇସିଟିସି (ICTC) ତଥ୍ୟ, ପୂର୍ବବର୍ଷର ସଂକ୍ରମଣ ଟ୍ରେଣ୍ଡ୍, ଅନ୍ତର ବିଶ୍ଳେଷଣ (Gap Analysis) ଇତ୍ୟାଦି ଉପସ୍ଥାପିତ ହୋଇଥିଲା। ୨୦୦୩ ରୁ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ମୋଟ ଏଚ୍ ଆଇ ଭି ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସୂଚନା ଦିଆଯାଇଥିଲା। ଆଇସିଟିସି କେନ୍ଦ୍ରଗୁଡିକରେ ନିୟମିତ ଟେଷ୍ଟିଂ, ଶହେ ଶତକଡା ଏଏନସି ଏଚଆଇଭି ଟେଷ୍ଟିଙ୍ଗ ଅଧିକ ସ୍ଵାମୀ-ସ୍ତ୍ରୀ ପରୀକ୍ଷଣ (Spouse Testing), ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ, ମାଇଗ୍ରାଣ୍ଟ ଓ ବିଶେଷ ଗୋଷ୍ଠୀ ପାଇଁ ସଚେତନତା ଅଭିଯାନ, ଜେଲ୍‌ରେ ନିୟମିତ ସ୍କ୍ରିନିଂ କାର୍ଯ୍ୟକ୍ରମ ଇତ୍ୟାଦିକୁ ଡିଏପିସିୟୁର ପ୍ରମୁଖ ସଫଳତା ଭାବେ ଉଲ୍ଲେଖ କରାଯାଇଥିଲା।

ଏହି ଅବସରରେ ପୂର୍ବ ଆୟୋଜିତ ଡିଏପିସିସି ସଭାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ (Action Taken Report) ପ୍ରଦର୍ଶିତ ହେବା ସହ, ଡିଏପିସିୟୁ ପାଇଁ ନୂତନ କକ୍ଷ ବ୍ୟବସ୍ଥାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଜିଲ୍ଲାପାଳ ଦ୍ୱାରା ଏଚଆଇଭି /ଏଡ୍ସ୍ ପ୍ରତିରୋଧ, ଇଏମଟିସିଟି ନିୟନ୍ତ୍ରଣ ଓ ସମୁଦାୟ ଭିତ୍ତିକ ଯୋଗାଯୋଗକୁ ସୁଦୃଢ କରିବା ଉପରେ ଜୋର ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ନୋଡାଲ ଅଫିସର୍ (ଏଡ୍ସ) ମନୋଜ କୁମାର ସାହୁ, ଏଡିଏମଓ ଅମୂଲ୍ୟ କୁମାର ଦାସଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ ରାଉତ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଡିପିଏମ, ଡାକ୍ତର ଶ୍ରୀମତୀ ରଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.