ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଫେରାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜଣେ ୧୦ ବର୍ଷୀୟ ଝିଅକୁ ବଳ ପୂର୍ବକ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତି ଫେରାର ଥିବା ଘଟଣାଟି ଅଞ୍ଚଳରେ ଛାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ମୂଷାନାଳ ଗ୍ରାମର କୋଶି ବାଗ(୫୦) ନାମକ ଜଣେ ବ୍ୟକ୍ତି ଗତ ମଙ୍ଗଳବାର ଅପରାହ୍ନ ୧ ଘଣ୍ଟା ସମୟରେ ଜଣେ ୧୦ ବର୍ଷୀୟ ନାବାଳିକାକୁ କଣ ଖାଇବାକୁ ଦେବା ବାହାନା କରି ନିଜ ଘରକୁ ଡାକିଥିଲା। ଝିଅ ଘର ଭିତରକୁ ଆସିବା ପରେ ଅଭିଯୁକ୍ତ କୋଶି ବାଗ କବାଟ ଦେଇ ନାବାଳିକା ଝିଅକୁ ବଳ ପୂର୍ବକ ଦୁଷ୍କର୍ମ କରିବା ଉଦ୍ୟମ କରୁଥିବା ବେଳେ ଝିଅ ଚିତ୍କାର କରିଥିଲା। ଝିଅର ଚିତ୍କାର ଶୁଣି ଘର ଆଖପାଖରେ ଥିବା ଲୋକେ ଦଉଡି ଆସିଥିଲେ। ଝିଅକୁ ରକ୍ତାକ୍ତ ଅବସ୍ଥାରେ ଉଧାର କରି ବିଶ୍ଵନାଥପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ପକ୍ଷରୁ ବିଶ୍ଵନାଥପୁର ପୋଲିସକୁ ଖବର ଦେବା ପରେ ଡାକ୍ତରଖାନାରେ ପୋଲିସ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ମଙ୍ଗଳବାର ଅପରାହ୍ନରେ ପୀଡ଼ିତାଙ୍କ ବାପା ବିଶ୍ୱନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବିଶ୍ୱନାଥପୁର ପୋଲିସ ପକ୍ଷରୁ କେସ ନଂ,୭୬ /୨୫ ରେ ଏକ ମାମଲା ରୁଜୁ କରି ବିଶ୍ୱନାଥପୁର ଥାନା ଅଧିକାରୀ ତୁଳସିରାମ ଶବରଙ୍କ ନେତୃତ୍ୱରେ ପୋଲିସ ମୂଷାନାଳ ଗାଁକୁ ମଙ୍ଗଳବାର ସନ୍ଧ୍ୟାରେ ଯାଇ ତଦନ୍ତ କରିଥିବା ବେଳେ ଅଭିଯୁକ୍ତ କୋଶି ବାଗ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।ଏନେଇ ବୁଧବାର ପିଡିତାର ଡାକ୍ତରୀ ମାଇନା ଭବାନୀପାଟଣାରେ କରାଯାଇଥିବା ବେଳେ ପରେ ପିଡିତାଙ୍କ ଅଭିଯୋଗ ଅନୁଯାୟୀ ଦଫା ୬୪/୬୫ ରୋମାନ ୨, ବିଏନଏସ୍, ସେକ୍ସନ ୪ ପୋସ୍କୋ ଆର୍ଟ ଦଫାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାଟିକୁ ଗୁରୁତର ଭାବେ ନେଇଛି। ଅଭିଯୁକ୍ତ କୋଶି ବର୍ତ୍ତମାନ ଫେରାର ଥିବା ବିଶ୍ୱନାଥପୁର ଥାନା ଅଧିକାରୀ ଶ୍ରୀ ଶବର ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ଗିରଫ କରି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.