ଓଡ଼ିଆ ବାର୍ତ୍ତା/ କଟକ ସଦର: ବୟାଳିଶ ମୌଜା ସ୍ଥିତ ବନ୍ତୁଣିଆ ନିବାସୀ ଧର୍ମ ପରାୟଣ ବ୍ୟକ୍ତି ସ୍ବର୍ଗତ ଉମାକାନ୍ତ ଦାଶଙ୍କ ଚତୁର୍ଦଶ ଦିବସରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଗ୍ରାମ ଅଧିକାରୀ ପ୍ରତିନିଧି ଦେବେନ୍ଦ୍ର ନାଥ ସେନାପତିଙ୍କ ସଭାପତିତ୍ୱରେ ଓ ମହନ୍ତ ସଦାଶିବ ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବନ୍ତୁଣିଆ, ବହଳପଡା ଓ ଶ୍ରୀରାମ ମୌଜାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭଜନ ସଂକୀର୍ତନ ପରିବେଷଣ କରାଯାଇ ସ୍ବର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସୂର୍ଯ୍ୟମଣି ଦାଶ, ବିଷ୍ଣୁ ଚରଣ ଦାଶ, ଜିତନ ଦାଶ, ରାକେଶ ଆଚାର୍ଯ୍ୟ, ବିଶ୍ୱନାଥ ସାହୁ, ଶୁଭମ ଆଚାର୍ଯ୍ୟ, ରଞ୍ଜନ କୁମାର ଦଳାଇ, ଗଜେନ୍ଦ୍ର ନାଥ ସ୍ୱାଇଁ, ଶଙ୍କର୍ଷଣ ଲେଙ୍କା,ଶରତ ଚନ୍ଦ୍ର ପ୍ର୍ରଧାନ, କମଳାକାନ୍ତ ସାହୁ, ଅଶୋକ କୁମାର ଦାଶ, ପର୍ଶୁରାମ ନାୟକ, ବିଶ୍ୱନାଥ ବିଶ୍ୱାଳ, ରାମଚନ୍ଦ୍ର ସେନାପତି, ପରିବାରରୁ ବିଶ୍ୱନାଥ ଦାଶ, ରଘୁନାଥ ଦାଶ, ସତ୍ୟନାରାୟଣ ଦାଶ, ପବିତ୍ର ନାରାୟଣ ଦାଶ, ବିରଞ୍ଚି ନାରାୟଣ ଦାଶ, ସନ୍ତୋଷ କୁମାର ଦାଶ ଓ ଆଦିତ୍ୟ ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଅଶୋକ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।





