ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଲୟ ପରିସରରେ ମିଳିତ ବିଭାଗର ଆନୁକୁଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତକି ଭାରତୀୟ ସମାଜରେ ନାରୀ ଶୀର୍ଷକ କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ରେ ସମସ୍ତ ବିଭଗର ମୁଖ୍ୟ ଉପସ୍ଥିତ ଥିଲେ । ରାଜନୀତି ବିଭାଗ ର ମୁଖ୍ୟ ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା, ଓଡ଼ିଆ ବିଭାଗର ମୁଖ୍ୟ ଶ୍ରୀମତୀ ଜୟନ୍ତୀ କୁମାରୀ ମୁଦୁଲୀ, ଇଂରାଜୀ ବିଭଗର ମୁଖ୍ୟ ଶ୍ରୀ ସରୋଜ୍ କୁମାର ମେହେର, ଇତିହାସ ବିଭାଗ ଅଧ୍ୟାପିକା କୁମାରୀ ଲୁସି ଗଉଡ଼, ଗୃହ ବିଭାଗ ର ମୂଖ୍ୟ କୁମାରୀ ଅର୍ଚ୍ଚନା ଗୁଛି ଏବଂ ଝରଣା ପଧାନୀ ମଞ୍ଚାସିନ ଥିଲେ ଏହିମର୍ମରେ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ଓଡ଼ିଆ ବିଭଗର ଛାତ୍ରୀ ଘନସ୍ମିତା ମାଝୀ , ସଂଚିତା ଶର୍ମା, ଅର୍ଚ୍ଚନା ମହାରଣା ଇଂରାଜୀ ବିଭାଗ ର ରୁବିଶୁତା ଟୋଲ୍ ଟିଆ, ରାଜନୀତି ବିଜ୍ଞାନ ର ପ୍ରଗତୀ ସାହୁ, ଲକ୍ଷ୍ମୀ ସୂତା ମେହେର, ଇତିହାସ ବିଭାଗର ହିମାଦ୍ରୀ ମହାନନ୍ଦ, ରଞ୍ଜିତା ନାଗ, ଗୃହ ବିଜ୍ଞାନର ବର୍ଷା ମଙ୍ଗରାଜ, କୁରଙ୍ଗିନୀ ମାଝୀ । ଏଥିରେ ରୋଜାଲିନ ଚିହ୍ନାରା, ଲକ୍ଷପତି ନାଏକ୍ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ଓଡିଆ ବିଭଗର ଛାତ୍ରୀ ସ୍ୱପ୍ନା ମେହେର । ଶେଷରେ ଅଧ୍ୟାପକ ଶ୍ରୀ ଜୟଦ୍ରଥ ସୁନା ଧନ୍ୟବାଦ ଦେଇଥିଲେ।





