ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଗମ୍ଭାରୀମୁଣ୍ଡା ସ୍ଥିତ ପରଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶଶିଭୂଷଣ ସ୍ମୃତି କମିଟି ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଉଦ୍ୟମରେ ଆୟୋଜିତ ବିପ୍ଲବୀ ଜନନେତା ଶଶିଭୂଷଣ ହରିଚନ୍ଦନଙ୍କ ୨୬ତମ ଶ୍ରାଦ୍ଧୋତ୍ସବ ଓ ପରଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨ତମ ବାର୍ଷିକୋତ୍ସବ ଅଧ୍ୟକ୍ଷ ଶ୍ରୀ ପ୍ରେମରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତି ଭୂଷଣ ହରିଚ଼ନ୍ଦନ, ମୁଖ୍ୟବକ୍ତା ବିଶିଷ୍ଟ ସ୍ତମ୍ଭକାର ତଥା “ସୁବାର୍ତ୍ତା” ର ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର ସଭାପତି ତଥା ସାହିତ୍ୟିକ ଶ୍ରୀ ଶଶାଙ୍କ ଶେଖର ଚୂଡ଼ାମଣି ଓ ଓବିସିସିର ମହାପ୍ରବନ୍ଧକ ଶ୍ରୀ ଅତୁଲ୍ୟ ଚମ୍ପତିରାୟ, ଚିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋହନ ପଟ୍ଟନାୟକ, ଚ଼ିଲିକା ସାହିତ୍ୟ ସମାଜର ସଭାପତି ଶ୍ରୀ ବାଳମୁକୁନ୍ଦ ଦାସ ପ୍ରମୁଖ ଯୋଗଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଜନନେତା ସ୍ବର୍ଗତ ଶଶୀଭୂଷଣ ହରିଚନ୍ଦନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଏବଂ ବାଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ଏକଦା ଜନପ୍ରିୟ ସଭାପତି, ଜନସଂଘର ପୁରୁଖା ନେତା ଶଶିଭୂଷଣଙ୍କ ନିଃସ୍ଵାର୍ଥପର ସାମାଜସେବା ଓ ମୂଲ୍ୟବୋଧ ଭିତ୍ତିକ ରାଜନୈତିକ ଜୀବନ ଉପରେ ବକ୍ତା ମାନେ ବିଶଦ ଆଲୋଚନା କରିବା ସହ ଶୃଙ୍ଖଳିତ ଭାବରେ ଶିକ୍ଷା ଗ୍ରହଣ କରି ଛାତ୍ରଛାତ୍ରୀ ମାନେ ନିଜ ପରିବାର, ଅନୁଷ୍ଠାନ ଓ ଅଞ୍ଚଳକୁ ଗୌରବାନ୍ବିତ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଶଶିଭୂଷଣ ହରିଚନ୍ଦନ ସ୍ମୃତି କମିଟିର ସଭାପତି ଗୋଲୋକ ବିହାରୀ ପଟ୍ଟନାୟକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ସ୍ଥଳେ ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ରନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଶଶିଭୂଷଣଙ୍କ ସୁପୁତ୍ର ତଥା ବିଜେପି ନେତା ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ଶ୍ରୀ ଶତସିଂହ ହରିଚ଼ନ୍ଦନ, ଗବେଷକ ଶ୍ରୀ ମଦନମୋହନ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।





