ନର୍ଲାରୋଡରେ ପଦ୍ମଶ୍ରୀ ବାବା ଅନନ୍ତ ବଳିଆଙ୍କ ପ୍ରବଚନ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡରେ ପଦ୍ମଶ୍ରୀ ବାବା ଅନନ୍ତ ବଳିଆଙ୍କ ଦିନିକିଆ ପ୍ରବଚନ କାର୍ଯ୍ୟକ୍ରମ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅନନ୍ତ ବଳିଆର ପରିବାରର ସଦସ୍ୟ ବିକ୍ରମ ସାହୁଙ୍କ ଅନୁରୋଧ ରକ୍ଷାକରି ବିଶ୍ୱ ପ୍ରେମୀ ବାବା ବଳିଆ ପ୍ରବଚନ ପ୍ରଦାନ କରିଥିଲେ। ନର୍ଲାରୋଡ ଅନନ୍ତ ବଳିଆ ପରିବାର ସଦସ୍ୟଙ୍କ ସମେତ ଅଧ୍ୟାପକ ସରୋଜ କୁମାର ଜେନା, ସମାଜସେବୀ କୁମୁଦ ଚନ୍ଦ୍ର ନାଏକ, ଶିକ୍ଷାବିତ ମଧୁସୂଦନ ରାଉତ, ଶ୍ରଦ୍ଧାଳୁ ନୃସିଂହ ଚରଣ ପାଢୀଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ପ୍ରବଚନ ଶୁଣିଥିଲେ। ଆସନ୍ତା ୨୬/୧୨ ରୁ ୨୯/୧୨ ଯାଏଁ ଚାରିଦିନ ଧରି ଭବାନୀପାଟଣାରେ ବାବାଙ୍କ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ବଳିଆ ବାବାଙ୍କ ଆତ୍ମ ଚେତନାର ମାର୍ଗ ଦର୍ଶନ ମୋ ଜୀବନକୁ ଏକ ନୂଆ ଦିଗ ଦର୍ଶନ ଦେଇଛି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଭକ୍ତ ବିକ୍ରମ ସାହୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.