ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ବସ୍ତା-ବାଲିଆପାଳ ଲୋକଙ୍କ ସେବାରେ ବ୍ରତୀ ରହିବି, କହିଲେ ବିଧାୟିକା ସୁବାସିନୀ ଜେନା

ଲଙ୍ଗଳେଶ୍ବର ଠାରେ ପାଳିତ ହେଲା ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବସ୍ତା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ୨୯ତମ ପ୍ରତିଷ୍ଠା ଦିବସ ଲଙ୍ଗଳେଶ୍ବର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବସ୍ତା ବିଧାୟିକା ସୁବାସିନୀ ଜେନା କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଅଭିଭାଷଣରେ ବସ୍ତା ଓ ବାଲିଆପାଳ ଲୋକଙ୍କ ଦ୍ୱାରା ସେ ଆଜି ବିଧାନସଭାରେ ପ୍ରତିନିଧିତ୍ଵ କରିପାରିଛନ୍ତି। ତେଣୁ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ବସ୍ତା ଓ ବାଲିଆପାଳ ଲୋକଙ୍କ ସେବାରେ ବ୍ରତୀ ରହିବେ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଆଗାମୀ ଦିନରେ ବସ୍ତା ବାଲିଆପାଳର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ବାଲିଆପାଳ ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଦାସ ଏଥିରେ ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ଉପ ସଭାପତି ବରଦା ପ୍ରସନ୍ନ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଚକ୍ରଧର ଗିରି, ଭଗବାନ ଗିରି, ଲକ୍ଷ୍ମୀଧର ଦାସ, ଶରତ ପ୍ରଧାନ, ପ୍ରଦୀପ ବିଶ୍ଵାଳ, ସୁବ୍ରତ ପଣ୍ଡା, ଅଜୟ ସାମଲ, ମହେଶ୍ୱର ଜେନା, ଦେବ ଦେ, ମହାଦେବ ଦାସ, ଅଜୟ ପାତ୍ର, ମୃତ୍ୟୁଞ୍ଜୟ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା, ବସ୍ତା ବ୍ଲକ ମହିଳା ବିଜେଡ଼ି ସଭାପତି ଲିପିକା ରାଉଳ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ବିଜୁ ଜନତା ଦଳର ସଂଗଠନକୁ କିପରି ଆହୁରି ସୁଦୃଢ଼ କରାଯାଇ ପାରିବ ସେ ନେଇ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବସ୍ତା ଓ ବାଲିଆପାଳ ବ୍ଲକ ସମସ୍ତ ପଞ୍ଚାୟତର ବହୁ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ସକ୍ରିୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆରମ୍ଭରୁ ବଣିଆଡିହା ପଞ୍ଚାୟତର ଆଦିବାସୀ ସାହିରେ ବିଧାୟିକା ସୁବାସିନୀ ଜେନା ପହଞ୍ଚି ସେଠାର ବାସିନ୍ଦା ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.