ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଗିଗିନା ଗ୍ରାମ ପଞ୍ଚାୟତର ଭଟାଖମାର ଗାଁରେ ରହିଥିବା କାଶି ବିଶ୍ୱନାଥଙ୍କ ଶୈବ ପୀଠରେ ମହା ଆଡମ୍ବର ସହକାରେ ପାଳିତ ହେଉଛି ମହାଶିବରାତ୍ରୀ । ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଶିବରାତ୍ରୀ ଜାଗର ଯାତ୍ରା ପାଇଁ ଶନିବାର ସକାଳ ୮.୧୫ ସମୟରୁ ଆରମ୍ଭ ହୋଇଛି ୧୬ ପ୍ରହର ନାମଯଜ୍ଞ । ଏନେଇ ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ସ୍ଥାନୀୟ ସାନ୍ଦୁଲ ନଦୀରୁ ଅନୁଷ୍ଠିତ ହୋଇଥିଲା କଳସ ଯାତ୍ରା । ଏହି ଭବ୍ୟ କଳସ ଶୋଭାଯାତ୍ରାରେ ଗ୍ରାମର ଶତାଧିକ ମହିଳ ପୁରୁଷ ଭକ୍ତ ସାମିଲ ହୋଇ କଳସ ନେଇ ଆସି ସ୍ଥାପନା କରିଥିଲେ ନାମଯଜ୍ଞ ମଣ୍ଡପରେ । ରାତିରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଦ୍ୱିତୀ ପଧାନ ଓ ଶଙ୍କର ଚରଣ ପଧାନ କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ମୁଖ୍ୟ ପୂଜକ ପଣ୍ଡିତ ନାରାୟଣ ପାଢୀ ଓ ସହଯୋଗୀ ଜନାର୍ଦ୍ଦନ ପାଠୀ ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ଜଣାପଡିଛି । ମନ୍ଦିର ପରିଚାଳନା କମିଟିର ସଭାପତି ଜଗବନ୍ଧୁ ସାହୁ ଓ ସମ୍ପାଦକ ଶଶିଦେବ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବରାତ୍ର ପାଳନ ଓ ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ନେତ୍ରାନନ୍ଦ ସା, ଗଙ୍ଗାଧର ପଧାନ, ଲମ୍ବୋଦର ସାହୁ, ବୃନ୍ଦାବନ ପଧାନ, ଠାକୁର ପଧାନ ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ଏହି ୧୬ ପ୍ରହର ନାମଯଜ୍ଞରେ ସିର୍ଜାପାଲି, ପଲାସ, ପ୍ରତାପପୁର, ମହାଲିଙ୍ଗ ଭାଟିପଡା, ଶ୍ରୀପୁର ର ଗଉଁନ୍ତିଆପଡା ଓ ନାଏକପଡା, ସାଲେପଡା, ନର୍ଲା ଓ ଶ୍ରୀପୁର ର ଓଁକାର ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିବା ଜଣାପଡିଛି । ସୋମବାର ସକାଳ ୮.୧୫ ସମୟରେ ଏହାର ପୂର୍ଣ୍ଣାହୂତି ପଡିବ। ଭଟାଖମାରର କାଶି ବିଶ୍ୱନାଥ ଶୈବ ପୀଠରେ ଶନିବାର ଠାରୁ ଆରମ୍ଭ ହୋଇଯାଇଛି ଶିବରାତ୍ରୀ ପୂଜା ବିଧି । ମନ୍ଦିର ପୂଜକ ଶ୍ରୀଧର ପାଢୀ ଶିବରାତ୍ରୀ ପାଇଁ ପୂଜନ କରୁଥିବା ଜଣାପଡ଼ିଛି। ରବି ବାର ସକାଳୁ ଶିବରାତ୍ରୀ ଆରମ୍ଭ ହେବାକୁ ରହିଥିବା ବେଳେ ରାତିରେ ଜାଗର ଯାତ୍ରା ଅନୁଷ୍ଠିତ ହେବ । ଏବଂ ରାତି ୧୦.୪୫ ସମୟରେ ମହାଦୀପ ଉଠିବ ବୋଲି କମିଟି ସୁତ୍ରରୁ ସୁଚନା ମିଳିଛି ।





