ଭୀମକେଲା ୟୁପି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୀମକେଲା ଗ୍ରାମପଞ୍ଚାୟତ ସରପଞ୍ଚ ଜାନକୀ ଗଉଡ ସମ୍ମାନୀତ ଅତିଥି ଭାବରେ ସମିତି ସଭ୍ୟା ସୁମିତ୍ରା ମାଝୀ,ଏବିଇଓ ତଥା ନର୍ଲା ବିଆରସିସି ଗୋବର୍ଦ୍ଧନ ମାଝୀ,ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମିତ ଶର୍ମା ,ଭୀମକେଲା କ୍ଲଷ୍ଟରର ସିଆରସିସି ବିଜୟ ସୁନା, ବରିଷ୍ଠ ଆଇନଜୀବି କୁବେର ଚନ୍ଦ୍ର ସାହୁ, ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଭୀମକେଲାର ବରିଷ୍ଠ ଶିକ୍ଷକ ବିନୟ କିଶୋର ଦାଶ ପ୍ରମୁଖ ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ରୁପେ କଳାହାଣ୍ଡି ଡିଆଇଇଟିର ଇଶ୍ୱର ଚନ୍ଦ୍ର ବେହେରା ଯୋଗଦାନ କରି କଳାହାଣ୍ଡି କଳାର ଖୁବ ପ୍ରଶଂସା କରି ଛାତ୍ରଛାତ୍ରୀଙ୍କୁ ସୁ ନାଗରିକ ହୋଇ ସମାଜରେ ପ୍ରତିଷ୍ଠିତ ହେବାକୁ ଆହ୍ବାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାସ ମାଝୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାବିତ ଶରତ ଭୋଇ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୀମକେଲା କ୍ଲଷ୍ଟର ପ୍ରଧାନ ଶିକ୍ଷକ ସମୁହ ବଂଶୀଧର ନାଏକ, ଡମ୍ବରୁଧର ମାଝୀ, ସୁରେଶ ଶର୍ମା ,ଡୋଲାମଣି ସାହୁ ,ଶରତ ଭୋଇ, କେଶରୀ ସାହୁ, ଜନ୍ମେଜୟ ମାଝୀ,ପୁଷ୍ପା ବତୀ ମାଝୀ, କୁମୁଦ ନାଏକ ପ୍ରମୁଖ ସହ ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ସାହୁ, ଉଗ୍ରସେନ ସାହୁ, ସମାଜ ସେବୀ ଜୟନ୍ତ ଗଉଡ, ଅଙ୍ଗନବାଡ଼ି କର୍ମୀ କଳ୍ପି ବୈଠାରୁ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ଵରିଷ୍ଠ ଶରତ ଚନ୍ଦ୍ର ଭୋଇ,ସାଧୁରାମ କରୁଆଁ, ଶିକ୍ଷୟିତ୍ରୀ ଆଲ୍ଲାଦିନୀ ପଟେଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗ୍ରାମର ବିଶିଷ୍ଟ ବ୍ୟକ୍ତି, ପୁରାତନ ପରିଚାଳନା କମିଟି ସଭ୍ୟସଭ୍ୟା, ପ୍ରଧାନ ଶିକ୍ଷକ ବୃନ୍ଦ, ଅବସରପ୍ରାପ୍ତ ଶିକ୍ଷକ,ସ୍ଥାନୀୟ ସାମ୍ବାଦିକ ପ୍ରଦୀପ କୁମାର ଗଉଡଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ବିଭିନ୍ନ ଖେଳକୁଦରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନିକୁନି ପିଲାମାନେ ବିଭିନ୍ନ ନାଚଗୀତ ସଂଗୀତ ପରିବେଷଣ କରିଥିଲେ। ଯାହା ଦର୍ଶକ ମାନଙ୍କୁ ଦୀର୍ଘ ସମୟଧରି ବାନ୍ଧି ରଖିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.