ବାଲେଶ୍ବରରେ ପାଳିତ ହେଲା ସଫଳ ଦାମ୍ପତ୍ୟ ଜୀବନର ଅନନ୍ୟ କାର୍ଯ୍ୟକ୍ରମ ‘ଖାସ୍ ତୁମ ପାଇଁ’ର ୩ର ସଂସ୍କରଣ

• ସମ୍ବର୍ଦ୍ଧିତ ହେଲେ ୬ ଯୋଡ଼ା ସଫଳ ଦମ୍ପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ‘ନୋସି ଉତ୍କଳା’ ପରିସରରେ ବିଗତ ବର୍ଷ ପରି ଭିନ୍ନ ସ୍ୱାଦର ସାଂସ୍କୃତିକ କାର୍ଯ୍ୟକ୍ରମ ‘ଖାସ୍ ତୁମ ପାଇଁ’ର ୩ୟ ସଂସ୍କରଣ ନୋସି କଲଚ୍ୟୁରାଲ ଏକାଡେମି ଦ୍ବାରା ଆୟୋଜିତ ହୋଇଯାଇଛି।

Omkar Vasthu
Omkar Vasthu

ଏଥିରେ ‘ନୋସି’ (NOCCi)ର ଉପସଭାପତି ସୁବ୍ରତ ନାୟକ ଓ ରୁଚିକା ନାୟକ ଦମ୍ପତି ଯୋଗ ଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ବସ୍ତାର ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ସଫଳ ନିଆରା ଦମ୍ପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ସାରସ୍ଵତ ଦମ୍ପତି ଭାବରେ ଜ୍ୟୋତ୍ସ୍ନା ଓ ଗଂଗାଧର ବିଶ୍ବାଳ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଶିଳ୍ପୀ ଦମ୍ପତି ଭାବେ କନକ ଓ କେଶୁ ଦାସ, ନୃତ୍ୟଶିଳ୍ପୀ ଦମ୍ପତି ଭାବେ ଜୟମାଳା ଓ କାମିନୀକାନ୍ତ ଚୌଧୁରୀ, ସମାଜସେବୀ ଦମ୍ପତି ଭାବେ ସକୀଲା ଓ ମହମ୍ମଦ ଇସଲାମ୍ ବ୍ୟବସାୟୀ ଦମ୍ପତି ଭାବେ ରାଜଶ୍ରୀ ଓ ଲକ୍ଷ୍ମୀକାନ୍ତ ମିଶ୍ରଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସମସ୍ତ ଦମ୍ପତି ନିଜ ନିଜ ଦାମ୍ପତ୍ୟ ଜୀବନର ସଫଳତା ଓ ପ୍ରେମ କଥା ବର୍ଣ୍ଣନା କରିଥିଲେ। ତାଛଡ଼ା ଉପସ୍ଥିତ ଥିବା ସବିତା ଓ କାର୍ତ୍ତିକ ଚନ୍ଦ୍ର ସାହୁ, ରଶ୍ମିରେଖା ଓ ପ୍ରଦୀପ କୁମାର ମହାପାତ୍ର, ମୀନତି ଓ ସୀତାନାଥ ଦାସ , ମୀନତି ଓ ମନୋଜ କୁମାର ପଣ୍ଡା ପ୍ରମୁଖ ଦମ୍ପତି ଉଭୟ ଉଭୟଙ୍କୁ ଗୋଲାପ ଫୁଲ ପ୍ରଦାନ କରି ‘ଖାସ୍ ତୁମ ପାଇଁ’ କାର୍ଯ୍ୟକ୍ରମର ପୂର୍ଣ୍ଣତା ଟାଣିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏଥିସହ ଆକର୍ଷଣୀୟ ସାଂସ୍କୃତିକ ସନ୍ଧ୍ୟାରେ କୁମାର ଅତନୁ, କୁମାର ଜୀବନ, କୁମାର ଏକାଦଶୀ, ପ୍ରବୀର କମିଳା, ଶ୍ରୀମତୀ ରଶ୍ମିରେଖା, କୁମାରୀ ରୂପାଲୀ, କୁମାରୀ ନନ୍ଦିନୀ, ସନ୍ତୋଷ ବିଶ୍ୱାଳ ପ୍ରମୁଖ ସଂଗୀତ ପରିବେଷଣ କରିଥିବା ବେଳେ ଦୁର୍ଗେଶନନ୍ଦିନୀ ସିଂ, ଦେବାନନ୍ଦ ସିଂ ନୃତ୍ୟ ଓ ଡାକ୍ତର ରଜନୀକାନ୍ତ ନାୟକ ମାଉଥ ଅର୍ଗାନ ବଜାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Udyog Nursery
Udyogi Nursery

ଶିଳ୍ପୀ କେଶୁ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ କନକଲତା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.