ମହାଶିବରାତ୍ରି ଉପଲକ୍ଷେ ମାକ୍ରିପଡାରେ ୩୫ତମ ଅଷ୍ଟପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଚହଗାଁ ପଞ୍ଚାୟତ ଅଧିନସ୍ତ ମାକ୍ରିପଡା ଗ୍ରାମରେ ମହାଶିବରାତ୍ରି ଉପଲକ୍ଷେ ଶ୍ରୀ ଶ୍ରୀ ପାତାଳେଶ୍ୱର ମହାଦେବ ମନ୍ଦିର ଠାରେ ୩୫ତମ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଶନିବାର ଦିନ ନାମଯଜ୍ଞ ପାଇଁ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ନାମଯଜ୍ଞର କର୍ତ୍ତା ଭାବେ ପୃଥ୍ୱୀରାଜ ମାଝୀ ଏବଂ ତାଙ୍କ ସହଧର୍ମିଣୀ ହେମାନନ୍ଦିନୀ ମାଝୀ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ସୁରେଶ ଚନ୍ଦ୍ର ତ୍ରିପାଠୀ, ନବୀନ ତ୍ରିପାଠୀ, ଅଶୋକ ତ୍ରିପାଠୀ ଏବଂ ମନ୍ଦିର ପୂଜକ ଦେବରାଜ ତ୍ରିପାଠୀ, ଜଗତ ରାମ ତ୍ରିପାଠୀ ପୂଜାକାର୍ଯ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ପରିଚାଳନା କମିଟି ସଭାପତି ସୁଶାନ୍ତ ମାଝୀ, ସମ୍ପାଦକ ପ୍ରତାପ ବାଗ ଏବଂ କୋଷଧ୍ୟକ୍ଷ ପ୍ରବୀଣ ତ୍ରିପାଠୀଙ୍କ ସମେତ ସମସ୍ତ କମିଟି କର୍ମକର୍ତ୍ତା, ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.